Odisha news

ମାସକୁ ହଡପ ହେଉଛି ଲକ୍ଷାଧିକ ଟଙ୍କାରୁ ଉଦ୍ଧ୍ୱର୍ ଚାଉଳ : ଉଚ୍ଚସ୍ତରୀୟ ତଦନ୍ତ ଦାବି

0

ବାଲିଆପାଳ : ଯୋଗାଣ ବିଭାଗ ଓ ପରିବହନ ଏଜେଣ୍ଟଙ୍କ ମଧୁଚନ୍ଦ୍ରିକାରେ ବାଲିଆପାଳ ବ୍ଲକରେ ପ୍ରତି ମାସ ଲୁଟ ହେଉଛି ଲକ୍ଷାଧିକ ଟଙ୍କାର ଚାଉଳ  । ଆଜି ଗୋଟିଏ ପିକ୍ଅପ୍ରେ ଯାଉଥିବା ୧୧୦ ବ୍ୟାଗ୍ ଚାଉଳ  ଓଜନ କରିବାରୁ ଗୋଟିଏ ବିି ବ୍ୟାଗର ଓଜନ ଠିକ ନଥିବା ଦେଖିବାକୁ ମିଳିଥିଲା  । ମିଳିଥିବା ସୂଚନା ଅନୁସାରେ ଅଜି ଏକ ପିକ୍ଅପ୍ ନମ୍ବର ଓଡି ୦୧ବି-୮୧୦୮ରେ ୧୧୦ରେ ବ୍ୟାଗ ପିଡିଏସ ଚାଉଳ ବୋଝେଇ ହୋଇ ଜାମକୁଣ୍ଡା ରିଟେଲର ଗିତାଞ୍ଜଳୀ ନାୟକଙ୍କ ରିଟେଲ ପଏଣ୍ଟକୁ ଯାଉଥିଲା  । ଅଜି ବାଲିଆପାଳରେ ସଟଡାଉନ ଥିବାରୁ ଜାମକୁଣ୍ଡା ଛକ ନିକଟରେ ଚାଉଳ ଚୋରା ଚାଲାଣ ହେଉଥିବା ସନେ୍ଦହ କରି କିଛି ଯୁବକ ଗାଡିଟିକୁ ଅଟକାଇଥିଲେ  । ଯୁବକମାନଙ୍କୁ ଦେଖି ଡ୍ରାଇଭର ଗାଡି ଛାଡି ପଳାଇଯିବାରୁ ସନେ୍ଦହ ଅଧିକ ବଢିଥିଲା  । ଖବର ପାଇ କିଛି ଗଣମାଧ୍ୟମର ପ୍ରତିନିଧି ଓ ବାଲିଆପାଳ ଥାନାର ଦୁଇ ଜଣ ଅଧିକାରୀ ଘଟଣାସ୍ଥଳରେ ପହଁଞ୍ଚôିଥିଲେ । ପୁଲିସକୁ ଦେଖି ଡ୍ରାଇଭର ସେଠାରେ ପହଁଞ୍ଚିଥିଲା ଓ ଚାଉଳର ଚାଲାଣ ଦେଖାଇଥିଲା  । ମାତ୍ର ଚାଲାଣରେ ୧୧୦ ବ୍ୟାଗ ଲେଖାଥିବା ବେଳେ ଡ୍ରାଇଭର ଗାଡିରେ ୧୦୦ ବ୍ୟାଗ ଚାଉଳ ଥିବା କହିଥିଲା । ତେଣୁ ପୁଲିସ ସନେ୍ଦହରେ ପଡ଼ି ଗାଡିଟିକୁ ଥାନାକୁ ନେଇଯାଇଥିଲା  । ଏ ବିଷୟରେ ବିଡିଓ ଛବିରାଣୀ ସାହୁଙ୍କୁ ଜଣାଇବାରୁ ସେ ଯୋଗାଣ ଅଧିକାରୀ ଦୀପକ କୁମାର ମାଝୀଙ୍କୁ ଥାନାକୁ ପଠାଇଥିଲେ  ।

ଯୋଗାଣ ଅଧିକାରୀ କାଗଜପତ୍ର ଦେଖାଇ ଥାନାରୁ ଗାଡିଟିକୁ ମୁକୁଳାଇ ତାର ଗନ୍ତବ୍ୟ ସ୍ଥଳକୁ ପଠାଇଥିଲେ  । ତେବେ ଥାନାରେ ଉପସ୍ଥିତ ଥିବା କିଛି ଯୁବକ ଓ ଗଣମାଧ୍ୟମ ପ୍ରତିନିଧି ପିକ୍ଅପ୍ରେ ଚାଉଳ ବସ୍ତା କମ୍ ଥିବା ଓ ପ୍ରତ୍ୟେକ ବସ୍ତାରେ ଚାଉଳ କମ୍ ଥିବା ଯୋଗାଣ ଅଧିକାରୀ ଶ୍ରୀ ମାଝୀଙ୍କ ନିକଟରେ ଅଭିଯୋଗ କରି ବସ୍ତା ଗୁଡିକ ଗଣିବା ଓ ଓଜନ କରିବାକୁ କହିଥିଲେ  । ରିଟେଲ ପଏଣ୍ଟରେ ବସ୍ତା ଗଣାଯିବ ଓ ଓଜନ କରାଯିବ ବୋଲି ଯୋଗାଣ ଅଧିକାରୀ ଶ୍ରୀ ମାଝୀ କହିବା ସହ ସମସ୍ତଙ୍କୁ ସେଠାକୁ ଯିବାକୁ କହିଥିଲେ  । ରିଟେଲ ପଏଣ୍ଟରେ ଗଣମାଧ୍ୟମ ପ୍ରତିନିଧିମାନେ ପହଁଞ୍ଚôଥିଲେ ମଧ୍ୟ ଯୋଗାଣ ଅଧିକାରୀ ଶ୍ରୀ ମାଝୀ କିଛି ରାସ୍ତା ଆସି ସେଠାରୁ ପୁଣି ଫେରିଯାଇଥିଲେ  । ଆନୁପାତିକ ଭାବେ ୧୦୦ ବ୍ୟାଗରୁ ୧୦ଟି ବ୍ୟାଗ ଗଣାଯିବ ବୋଲି ପରିବହନ ଏଜେଣ୍ଟ ଶ୍ରୀ ପ୍ରଧାନ କହିବାରୁ ୧୦ଟି ବ୍ୟାଗକୁ ଓଜନ କରାଯାଇଥିଲା  । କୌଣସିଟିରେ ଓଜନ ଠିକ୍ ନଥିବା ଦେଖିବାକୁ ମିଳିଥିଲା  ।

ନିୟମ ଅନୁସାରେ ବ୍ୟାଗ୍ ସହ ପ୍ରତ୍ୟେକ ଚାଉଳ ବସ୍ତାର ଓଜନ ୫୦ କିଲୋ ୬୫୦ ଗ୍ରାମ ରହିବା କଥା କିନ୍ତୁ ଗୋଟିଏ ବସ୍ତାର ଓଜନ ୫୦ କିଲୋଗ୍ରାମ ଥିବା ଦେଖିବାକୁ ମିଳିଥିବା ବେଳେ ଅନ୍ୟ ବସ୍ତା ଗୁଡିକର ଓଜନ ସର୍ବନିମ୍ନ ୫୦ କିଲୋ ୨୦୦ ଗ୍ରାମରୁ ସର୍ବାଧିକ ୫୦ କିଲୋ ୪୦୦ ଗ୍ରାମ ପର୍ଯ୍ୟନ୍ତ ଥିବାର ଦେଖିବାକୁ ମିଳିଥିଲା  ।  ଯୋଗାଣ ଅଧିକାରୀ ଦୀପକ କୁମାର ମାଝୀଙ୍କ ମତାମତ ନେବାକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ  । ସୂଚନା ଯୋଗ୍ୟ ଯେ ବାଲିଆପାଳ ବ୍ଲାକକୁ ଖାଦ୍ୟସୁରକ୍ଷା ଯୋଜନାରେ ପାଖାପାଖି ୭ ହଜାର କୁ୍ୟଣ୍ଟାଲରୁ ଉଦ୍ଧ୍ୱର୍ ଚାଉଳ ଆସୁଛି  । ଆଜି ଓଜନ ହୋଇଥିବା ୧୦ ବସ୍ତା ଚାଉଳର ଓଜନକୁ ହିସାବକୁ ନେଲେ ପ୍ରତିମାସ ପ୍ରାୟ ୧ ଲକ୍ଷ ୫୦ ହଜାର ଟଙ୍କାର ଚାଉଳ ବାଟମାରଣା ହେଉଥିବା ସ୍ପଷ୍ଟ ହେଉଛି । ତେବେ ଏହି ଘୋଟାଲରେ ଏକୁଟିଆ ପରିବହନ ଏଜେଣ୍ଟଙ୍କ ସମ୍ପୃକ୍ତି ରହିଛି ନା ବିଭାଗୀୟ ଅଧିକାରୀଙ୍କ ଇଶାରାରେ ଏହି ଘୋଟାଲା ହେଉଛି ଏହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି  । ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଦାବି ହେଉଛି

Nalco
Leave A Reply