ବାଲିଆପାଳ-ବାଲେଶ୍ୱର ସଦରଥାନା ଅନ୍ତର୍ଗତ କସିମିଳା ଗ୍ରାମର ଅରୁଣ ଜେନା ନାମକ ଜଣେ ଯୁବକ କସମିଳା ଘାଟକୁ ଗାଧୋଇବା ପାଇଁ ଯାଇଥିଲେ । ସେ ଗାଧୋଇସାରି ଉପରକୁ ଉଠୁଥିବା ବେଳେ ତାଙ୍କର ବାତ ବାହାରିବାରୁ ପାଣିରେ ପଡ଼ି ଭାସିଯାଇଥିଲେ । ସେଠାରେ ଉପସ୍ଥିତ ଥିବା ଅନ୍ୟଜଣେ ମହିଳା ଅରୁଣଙ୍କୁ ଉଦ୍ଧାର କରିବା ନିମନ୍ତେ ଉଦ୍ୟମ କରି ବିଫଳ ହେବାପରେ ଗାଁ ଲୋକଙ୍କୁ ଖବର ଦେଇଥିଲେ । ଫଳରେ ଅଗ୍ନିଶମ ବାହିନୀ ଓ ଏନ୍ଡିଆର୍ଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧ୍ୟାସୁଦ୍ଧା ଭାସିଯାଇଥିବା ଯୁବକଙ୍କର କୌଣସି ସନ୍ଧାନ ମିଳିପାରି ନାହିଁ ।