ମଧୁପୁରା : ବସ୍ତା ନିର୍ବାଚନମଣ୍ତଳୀ ଅନ୍ତର୍ଗତ ବାଲିଆପାଳ ବ୍ଲକର ୨୧ ନଂ ଜୋନ୍ ର ବିଜେଡିର ସଦସ୍ୟତା ଅଭିଯାନ ବୈଠକ ରବିବାର ଶ୍ରୀରାମପୁର ପଞ୍ଚାୟତ ଅଧିନସ୍ଥ ନେପୁରା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବସ୍ତା ବିଧାୟିକା ସୁବାସିନୀ ଜେନା ଯୋଗଦେଇ ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶକ୍ରମେ ଆରମ୍ଭ ହୋଇଥିବା ବିଜୁ ଜନତା ଦଳର ସଦସ୍ୟତା ସଂଗ୍ରହ ଅଭିଯାନକୁ ସଫଳ କରାଇବାକୁ ସମସ୍ତଙ୍କୁ ଆହ୍ବାନ କରିଥିଲେ ।
ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରସାଦ ଦାସଙ୍କ ସଭାପତିତ୍ବରେ ଜିଲ୍ଲା ପରିଷଦ ସଦସ୍ୟ ନିଶାକର ସେଠୀ,ବେଣୁଧର ଜେନା,ଶ୍ରୀରାମପୁର ସରପଞ୍ଚ ଦେବ କୁମାର ଦେ, ବରିଷ୍ଠ ନେତା ଭଗବାନ ଗିରି,ମହେଶ୍ବର ଜେନା,ଅଜୟ ପାତ୍ର,ବିଜୟ ଦେ,ଅସ୍ତି ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ହରେକୄଷ୍ଣ ଜେନା,ଶ୍ରୀରାମପୁର ସମିତି ସଦସ୍ୟା ଅଞ୍ଜଳି ବେହେରା, ପୂର୍ବତନ ସରପଞ୍ଚ ବିଜୟ କୃଷ୍ଣ ବେହେରା,ସପନ କୁମାର ଦାସ,ବୈକୁଣ୍ଠ ରାଉତ,ପୂର୍ବତନ ସମିତି ସଦସ୍ୟ ପ୍ରଭାକର ଜେନା, ଝାଡେଶ୍ବର ବେହେରା ,ଘଣ୍ଟୁଆ ସଭାପତି ଗଙ୍ଗାଧର ରଣା,ଦେଭୋଗ ସଭାପତି ଗୋପାଳ ଚନ୍ଦ୍ର ଗିରି ପ୍ରମୁଖ ବିଭିନ୍ନ ପଞ୍ଚାୟତର ବହୁ ନେତୃବୄନ୍ଦ ବୈଠକରେ ଯୋଗ ଦେଇଥିଲେ । ୨୧ନଂ ଜୋନ୍ ର ବିଭିନ୍ନ ପଞ୍ଚାୟତର ଶତାଧିକ ପୁରୁଷ ମହିଳା କର୍ମୀ ଉପସ୍ଥିତ ଥିଲେ ।