Odisha news

ଦିଅର ଭାଉଜର ଅବୈଧ ସମ୍ପର୍କ ଦେଖିବା ଭାଣିଜୀ ପାଇଁ କାଳ : ଭାଣିଜୀର ଗଳାକାଟି ହତ୍ୟାକଲେ ମାମୁଁ

0

ବାଲିଆପାଳ-୧୪/୧୨ : ଦିଅର ଭାଉଜର ଅବୈଧ ସମ୍ପର୍କ ଦେଖିବା ଘଟଣା ଭାଣିଜୀ ପାଇଁ କାଳ ହେଲା । ଏଥିଲାଗି ନିଜ ଭାଣିଜୀର ଗଳାକାଟି ହତ୍ୟାକଲେ ମାମୁଁ ।ଏଭଳି ଅଭାବନୀୟ ଘଟଣା ଘଟିଛି ବାଲିଆପାଳଥାନା ଅନ୍ତର୍ଗତ ଜମ୍ଭୀରାଇପଞ୍ଚାୟତ ସୁନ୍ଦରକୁଇଲି ଗ୍ରାମରେ । ଘଟଣାର ବିବରଣୀରୁ ପ୍ରକାଶ ଯେ ଜମ୍ଭୀରାଇ ପଞ୍ଚାୟତ ସୁନ୍ଦରିକୁଲି ଗ୍ରାମର ବଳରାମ ପାତ୍ରଙ୍କ ଝିଅ ବିଷ୍ନୁପ୍ରିୟା ପାତ୍ର(ନେଉଳି)ସେହିଗ୍ରାମରେ ଥିବା ତାଙ୍କ ମାମୁଁଘର ଦୟାନିଧି ସାହୁଙ୍କ ଘରେ ରହି ପାଠପଢୁଥିଲେ । ଶୁକ୍ରବାର ସକାଳେ ଟିଉସନ ସାରି ୯ ଟାରେ ଘରକୁ ଫେରିବା ପରେ ନେଉଳି ସାଙ୍ଗମାନଙ୍କ ସହ ଖେଳିବାକୁ ଯାଇଥିଲେ । ସନ୍ଧ୍ୟାରେ ନେଉଳି ଘରକୁ ନଫେରିବାରୁ ରାତି ସାରା ନେଉଳିକୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିଲେ । ଶନିବାର ନେଉଳି ନିଖୋଜ ହେବା ଘଟଣା ତାର ଫଟୋ ଚିତ୍ର ସହ ପାଶ୍ୱର୍ବର୍ତ୍ତୀ ୬ ରୁ ୭ଟି ପଞ୍ଚାୟତରେ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯାଇଥିଲା ।

ତା ପରେ ବି ନେଉଳିର କୈାଣସି ପତ୍ତା ନ ମିଳିବାରୁ ନେଉଳିର ବାପା ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବାଲିଆପାଳ ଥାନା ପୋଲିସ ଏହି ଘଟଣାରେ ୨୪୫/୨୦ରେ ଏକ ମାମଲା ରୁଜ୍ଜୁକରି ତଦନ୍ତ ଆରମ୍ଭ କରିଥିଲେ । ଏହି ଘଟଣାରେ ପୋଲିସ ସନେ୍ଦହରେ ସେହି ଗ୍ରାମର ନେଉଳିର ସଂପର୍କୀୟ ମାମୁଁ ଦୀପକ ସାହ ୁଓରଫ ନଟିଆ(୨୩)କୁ ଥାନାକୁ ଆଣି ପଚରା ଉଚୁୁରା କରିଥିଲା । ପଚରା ଉଚୁରା ପରେ ଦୀପକ ପୋଲିସ ଆଗରେ ସବୁକଥା ସ୍ୱୀକାର କରିଥିଲା । ଅଭିଯୁକ୍ତ ଦୀପକ ତାଙ୍କର ଜଣେ ସମ୍ପର୍କୀୟ ଭାଉଜଙ୍କ ସହ ଥିବା ଅନୈତିକ ସମ୍ପର୍କକୁ ନେଉଳି ଦେଖିଦେଇଥିଲା । ନେଉଳି ଏ ବିଷୟରେ କାହା ପାଖରେ କିଛି କହିଦେବ ଭାବି ସମ୍ପର୍କୀୟ ମାମୁଁ ଦୀପକ ଓ ସମ୍ପର୍କୀୟ ମାଇଁ ମିଳିତ ଭାବରେ ଯୋଜନାକରି ନେଉଳିକୁ ହତ୍ୟାକରଥିବା ନେଇ ପୋଲିସ ଆଗରେ ସ୍ୱୀକାର କରିଥିଲା । ଏଥିସହ ଏକ ନିଛାଟିଆ ସ୍ଥାନରେଥିବା ଏକ ଜଳାଶୟ ପକାଇ ଦେଇଥିବା ଦୀପକ ସ୍ୱୀକାର କରିଥିଲା ।

ଆଜି ସକାଳେ ବସ୍ତା ଏସଡିପିଓ ଜଳନ୍ଧର ଜାଲି,ବାଲିଆପାଳ ଆଇଆଇସି ବିମଳ କୁମାର ନାୟକ ଅଭିଯୁକ୍ତ ଦୀପକକୁ ନେଇ ଘଟଣା ସ୍ଥଳକୁ ଯାଇଥିଲେ । ସେଠାରେ ଦୀପକ ଅପରିତ୍ୟକ୍ତ ଜଳାଶୟ ମଧ୍ୟରେ ଲୁଚାଇରଖିଥିବା ନେଉଳିର ମୃତଦେହକୁ ବାହାର କରିଥିଲା । ନେଉଳିର ବେକକୁ ଏକ ଧାରୁଆ ଅସ୍ତ୍ରରେ କାଟି ହତ୍ୟା କରାଯାଇଥିବା ଦେଖିବାକୁ ମିଳିଥିଲା । ଏହି ଘଟଣାକୁ କେନ୍ଦ୍ରକରି ଗ୍ରାମରେ ଶୋକର ଛାୟା ଖେଳିଯିବା ସହ ଶହ ଶହ ଲୋକ ଭିଡ ଜମାଇଥିଲେ । ଘଟଣାସ୍ଥଲରେ ଚାପା ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା ।

ଉତ୍ତେଜନାକୁ ଲକ୍ଷ୍ୟକରି ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୂତୟନ କରାଯାଇଥିଲା । ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ତହସିଲଦାର ଦୀପକ କୁମାର ଦାସ ଘଟଣା ସ୍ଥଳରେ ପହଂଚିବା ପରେ ପୋଲିସ ଶବକୁ ବ୍ୟବ ଚ୍ଚେଦ ପାଇଁ ପଠାଇଛି । ତେବେ ଏହି ଘଟଣାରେ ବସ୍ତା ଏସଡିପିଓ ଜଳନ୍ଧର ଜାଲି ସୂଚନା ପ୍ରଦାନ କରି କହିଛନ୍ତି ଯେ ଅଭିଯୁକ୍ତ ଦୀପକ କୁ ଗିରଫ କରାଯାଇଥିବା ବେଳେ ମାଇଁକୁ ଥାନାରେ ଅଟକ ରଖି ଜେରା କରାଯାଉଥିବା କହିଛନ୍ତି । ଅନ୍ୟପକ୍ଷରେ ଅଭିଯୁକ୍ତ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ପରିବାର ଲୋକେ ଓ ସ୍ଥାନୀୟ ଅଞ୍ଚଳବାସୀ ଦାବିକରିଛନ୍ତି । ବାଲିଆପାଳ ପୋଲିସର ସଫଳତା ପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି ।

Nalco
Leave A Reply