କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ବାଲିଆପାଳ ବନ୍ୟା ଅଞ୍ଚଳ ଗ୍ରସ୍ତ : ପୂର୍ତ୍ତବିଭାଗ ଡାକବଙ୍ଗଳାରେ ସ୍ଥିତିର ସମୀକ୍ଷା
ବାଲିଆପାଳ : ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଆଜି ବାଲିଆପାଳ ବନ୍ୟାଅଞ୍ଚଳ ଗ୍ରସ୍ତ କରିଛନ୍ତି । ମନ୍ତ୍ରୀ ପ୍ରଥମେ ବାଲିଆପାଳ ପୂର୍ତ୍ତବିଭାଗ ଡାକବଙ୍ଗଳା ନିକଟରେ ପହଁଞ୍ଚିବାପରେ ସେଠାରେ ଉପସ୍ଥିତଥିବା ବିଡିଓ ଛବିରାଣୀ ସାହୁ ,ତହସିଲଦାର ଦୀପକ କୁମାର ଦାସ ଏବଂ ଆନ୍ୟ ବିଭାଗୀୟ ଅଧିକାରୀମାନଙ୍କ ସହିତ ବନ୍ୟା ସ୍ଥିତିର ସମୀକ୍ଷା କରିଥିଲେ ।
ବିଡିଓ ଛବିରାଣୀ ସାହୁ ବନ୍ୟାସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଥିବା ସମସ୍ତ ପଦକ୍ଷେପ ବିଷୟରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।ପାଣି ଘେରରେ ଥିବା ଜାମକୁଣ୍ଡା ପଞ୍ଚାୟତର ୩ଟି ଓ ଅସ୍ତି ପଞ୍ଚାୟତରେ ଗୋଟିଏ ଦିନର ଶୁଖିଲା ଖାଦ୍ୟ ଓ ଶୁକ୍ରବାର ଠାରୁ ରନ୍ଧାଖାଦ୍ୟ ଦିଆଯାଉଥିବା ମନ୍ତ୍ରୀଙ୍କୁ ଜଣାଇଥିଲେ ।ପାଣି େଘେରରେ ଥିବା ବାଲିଆାପାଳ ଓ ବିଷ୍ଣୁପୁର ପଞ୍ଚାୟତର ଅନ୍ୟ କିଛି ଗ୍ରାମର ଲୋକଙ୍କୁ ରନ୍ଧାଖାଦ୍ୟ ଦେବା ପାଇଁ ମନ୍ତ୍ରୀ ବିଡିଓଙ୍କୁୁ ନିଦେ୍ର୍ଦଶ ଦେଇଥିଲେ । ବନ୍ୟାକ୍ଷତିଗ୍ରସ୍ତ ଅଞ୍ଚଳରେ କଚ୍ଚା ଘରେ ରହୁଥିବା ସମସ୍ତ ପରିବାରକୁ ପଲିଥିନ ଯୋଗାଇଦେବୋକୁ ମନ୍ତ୍ରୀ ତହସିଲଦାରଙ୍କୁ ନିଦେ୍ର୍ଦଶ ଦେଇଥିଲେ ।ସେହିପରି ବନ୍ୟାରେ ଯେଉଁମାନଙ୍କ ଘର ଭାଙ୍ଗିଯାଇଛି ସେମାନଙ୍କୁ ଜରୁରୀକାଳିନ ଭଭିତ୍ତିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଗୃହ ଯୋଗଇ ଦେବାକୁ ମନ୍ତ୍ରୀ ବିଡିଓଙ୍କୁ ନିଦେ୍ର୍ଦଶ ଦେଇଥିଲେ ।
ବନ୍ୟା ଅଞ୍ଚଳରେ ପିଇବା ପାଣି ସମସ୍ୟା ବିଷୟରେ କିଛି ଲୋକ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ମନ୍ତ୍ରୀ ଏହି ସମସ୍ୟାର ସମାଧାନ ପର୍ଯ୍ୟନ୍ତ ତୁରନ୍ତ ପର୍ଯ୍ୟାପ୍ତ ପାଉଚପାଣି ଲୋକଙ୍କୁ ଯୋଗାଇ ଦେବା ପାଇଁ ବିଡିଓଙ୍କୁ ନିଦେ୍ର୍ଦଶ ଦେଇଥିଲେ । ନଦୀବନ୍ଧର ଦୁର୍ବଳଥିବାସ୍ଥାନ ବିଷୟରେ ମନ୍ତ୍ରୀ ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଅଭିମନ୍ୟୁ ବେହେରାଙ୍କୁ ପଚାରିଥିଲେ । ଅଧୀକ୍ଷଣ ଯନ୍ତ୍ରୀ ବିଷ୍ଣୁପୁର ପଞ୍ଚାୟତର ରସଲପୁର ନିକଟରେ ନଦୀ ବନ୍ଧରେ ଫାଟ ସୃଷ୍ଟି ହୋଇଥିବା କହିଥିଲେ । ତେବେ ତୁରନ୍ତ ଏହି ଫାଟକୁ ବାଲି ବସ୍ତା ପକାଯାଇ ମରାମତି କରାଯାଇଥିବା କହିଥିଲେ ।
ଅନ୍ୟ କୌଣସି ସ୍ଥାନରେ ନଦୀ ବନ୍ଧରେ ସେଭଳି ବିପଦ ନଥିବା ଶ୍ରୀ ବେହେରା ମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ ।ବିଜେପି ରାଜ୍ୟପରିଷଦ ସଦସ୍ୟ ତଥା ମନ୍ତ୍ରୀଙ୍କ ବାଲିଆପାଳ ବ୍ଲକ ପ୍ରତିନିଧି ମହେଶ୍ୱର ଜେନା ସୁବର୍ଣ୍ଣରେଖା ନଦୀର ଅପର ପାଶ୍ୱର୍ରେ ଭୋଗରାଇ ବ୍ଲକର ଅନେକସ୍ଥାନରେ ନଦୀକୂଳରେ ମୁହାଣ ପର୍ଯ୍ୟନ୍ତ ପଥରବନ୍ଧ ହୋଇଥିଲେ ମଧ୍ୟ ବାଲିଆପାଳ ବ୍ଲକରେ ସେପରି ହୋଇ ନାହିଁ ତେଣୁ ବନ୍ୟା ସମୟରେ ବାଲିଆପାଳ ବ୍ଲକ ଅଞ୍ଚଳରେ ବନ୍ୟାପାଣି ଅଧିକ ମାଡକରି ବେଶି କ୍ଷତି କରୁଛି । ଏହହାର ପ୍ରତିକାର ପାଇଁ ପାଳପଡାଠାରୁ ଡଗରା ପର୍ଯ୍ୟନ୍ତ ନଦୀକୂଳରେ ପଥରପ୍ୟାଚିଙ୍ଗ କରିବା ପାଇଁ ସେ ମନ୍ତ୍ରିଙ୍କ ନିକଟରେ ଦାବି କରିଥିଲେ ।
ଏ ବିଷଷୟରେ ଜଳସେଚନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଥିଲେ ।ପରେ ମନ୍ତ୍ରୀ ଜାମକୁଣ୍ଡା ପଞ୍ଚଚାୟତର ଜାମକୁଣ୍ଡା ଲକଠାରୁ ପାଓାର ବୋଟରେ ଯାଇ ତାଳପଦା,ଜାମକୁଣ୍ଡା,ଚୌଧୁରୀକୂଦ ପ୍ରଭୃତି ବନ୍ୟାକ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଲୋକଙ୍କ ସହିତ ଆଲୋଚନା କରିଥିଲେ । ତାଳପଦାଓ ଚୌଧୁରୀକୂଦ ଠାରେ ମନ୍ତ୍ରୀ କ୍ଷତିଗ୍ରସ୍ତ ଲୋକଙ୍କୁ ବିସ୍କୁଟ ବିତରଣ କରିଥିଲେ । ଜାମକୁଣ୍ଡା ଲକ ନିକଟରେ କୁହ୍ଲାଚଡ,ଇଳିଡିପାଳ,ନୟାବାଲି ପ୍ରଭୃତି ଗ୍ରାମର ଲୋକକମାନେ ମନ୍ତ୍ରୀଙ୍କୁ ଭେଟି ରିଲିଫ ଦେବା ପାଇଁ ଦାବି କରିଥିଲେ । ପରେ ମନ୍ତ୍ରୀ ପାଳଜାମକୁଣ୍ଡା ସୁଇଜ ଗେଟ,ଚୌଧୁରୀକୂଦ ରାସ୍ତା ଏବଂ ଅସ୍ତିପଞ୍ଚାୟତର ବଡଖାନପୁର ଗ୍ରାମକୁ ଯାଇ ବନ୍ୟା ପରିସ୍ଥିତିର ଅନୁଧ୍ୟାନ କରିଥିଲେ । ମନ୍ତ୍ରୀଙ୍କ ଏହି ଗ୍ରସ୍ତ ସମୟରେ ତାଙ୍କ ସହିତ ବିଜେପି ରାଜ୍ୟପରିଷଦ ସଦସ୍ୟ ମହେଶ୍ୱର ଜେନା,ଜିଲ୍ଲା ସଂଯୋଜକ ଅରବିନ୍ଦ ବେହେରା,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସତ୍ୟାନନ୍ଦ ମହାନ୍ତି,ଗୌରବ ଅଣ୍ଡିଆ,କ୍ଷୀତିଶ ଜେନା,ମନ୍ମଥ ପାତ୍ର,ବାଲିଆାପାଳ ମଣ୍ଡଳ ସଭାପତି ମୁରଲୀଧର ସାହୁ ,ଖପରାପଦା ମଣ୍ଡଳ ସଭାପତି ଶିବାନନ୍ଦ ଦାସଅଧିକାରୀ,ଲଙ୍ଗଳେଶ୍ୱର ମଣ୍ଡଳ ଅଧିକାରୀ ଗଗନ ସାହୁ ଏବଂ ବହୁୁ ଦଳୀୟକର୍ମୀ ଉପସ୍ଥିତଥିଲେ
