ବାଲିଅନ୍ତା : ଲଘୁଚାପ ଜନିତ ବର୍ଷାର ପ୍ରଭାବରେ ହୀରାକୁଦ ଜଳ ଭଣ୍ଡାରରୁ ବନ୍ୟା ଜଳ ୪୬ ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଅଛି । ଯାହାଫଳରେ କୁଆଖାଇ ନଦୀ , ଦୟା ନଦୀ, ଭାର୍ଗବୀ ନଦୀ, କୁଶଭଦ୍ରା ପ୍ରଭୃତିରେ ଜଳ ସ୍ତର ସମୟ କ୍ରମେ ବୃଦ୍ଦି ପାଇବାରେ ଲାଗିଛି । ସେଥିଲାଗି ଖୋର୍ଦ୍ଦା ଜିଲ୍ଲାପାଳ ସନତ କୁମାର ମହାନ୍ତି ବାଲିଅନ୍ତା ଓ ବାଲିପାଟଣା ବ୍ଳକର ବନ୍ୟା କ୍ଷତିଗ୍ରସ୍ତ ପଂଚାୟତ ଗୁଡିକୁ ବୁଲି ସ୍ଥିତି ସମିକ୍ଷା କରିଥିଲେ ।
ପ୍ରତାପଶାସନ ଗ୍ରାମପଂଚାୟତର ଭାର୍ଗବୀ ନଦୀ ପଠାରେ ଗଢିଉଠିଥିବା ଇଟାଭାଟିର ଶ୍ରମିକମାନଙ୍କୁ ଉପଯୁକ୍ତ ଥଇଥାନ ଓ ଖାଦ୍ୟ ବ୍ୟବସ୍ଥା ପାଇଁ ଭାଟି ପରିଚାଳକ ମାନଙ୍କୁ ନିଦେ୍ର୍ଦଶ ଦେବା ସହ ତାଗିଦ୍ ମଧ୍ୟ କରିଥିଲେ । ପରେ ପରେ ଝିଂଟଶାସନ ସ୍ଥିତ ଅତୁ୍ୟତପୁର କାଜ , ପୁରୋହିତପୁର ପଂଚାୟତ ଓ ରାଜସ ଗ୍ରାମପଂଚୟତ କିଛି ଜଳମଗ୍ନ ଅଂଚଳ ପରିଦର୍ଶନ କରିଥିଲେ ।
ବିଶେଷ ପ୍ରଭାବିତ ପୁରୋହିତପୁରର ନବାଟି ଭୋଇ ସାହି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ସହ ସେମାନଙ୍କର ରହିବା ଓ ଖାଦ୍ୟପେୟ ବ୍ୟବସ୍ଥା କରିବା ପାଇଁ ବ୍ଳକ୍ ପ୍ରଶାସନକୁ ନିଦେ୍ର୍ଧଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ ଉପଜିଲ୍ଲାପାଳ ଦେବବ୍ରତ ସାହୁ ବାଲିଅନ୍ତା ବିଡିଓ ଆଦିକନ୍ଦ ବେହେରା, ବାଲିଅନ୍ତା ତହସିଲଦାର ସୁଜାତା ମହାରଣା, ବାଲିପାଟଣା ବିଡିଓ ମିତାଅଂଜଳି ଦାସ, ତହସିଲଦାର ସୁନିତା ଜେନା, ଅତିରିକ୍ତ ତହସିଲଦାର ସ୍ନେହଲତା ଆଚାର୍ଯ୍ୟ , ରାଜସ ସରପଂଚ ବାସୁଦେବ ପାଳ ପ୍ରମୁଖ ଉପସ୍ଥିତ ଥିଲେ ।