Odisha news

ବିବାହ ପ୍ରଲୋଭନ ଦେଖାଇ ଧର୍ଷଣ ଓ ଟଙ୍କା ହଡ଼ପ ଅଭିଯୋଗ

0

ବାଲିଅନ୍ତା ଥାନା ଅଧିନ ପାହାଳ ଫାଣ୍ଡି ଅନ୍ତର୍ଗତ ଅଟଳା ନିକଟସ୍ଥ କେନାଲ ରୋଡ ସ୍ଥିତ ୪୦୨ ଦ୍ବାରିକା ଏନକ୍ଲେଭରେ ଘଟିଛି ଘଟଣା । ସୂଚନାଯୋଗ୍ୟ ଯେ ନୟାଗଡ଼ ଜିଲ୍ଲା ଫତଗଡ଼ ଥାନା ଅଞ୍ଚଳର ଜଣେ ବିଧବା ମହିଳା ଛଦ୍ମନାମ ମଞ୍ଜରୀ ଦାଶ (୨୬) ପୂର୍ବରୁ ଭୂଷଣ କମ୍ପାନୀରେ ଚାକିରି କରିଥିବା ଜଣେ ଯୁବକଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ ।

କିନ୍ତୁ କିଛି ଦିନ ପରେ ସମ୍ପୃକ୍ତ ଯୁବକଙ୍କ କୌଣସି କାରଣରୁ ମୃତ୍ୟୁ ଘଟିବାରୁ ତାଙ୍କ ବିଧବା ପତ୍ନୀ ମଞ୍ଜରୀ ଦାଶଙ୍କୁ କମ୍ପାନୀ ତରଫରୁ ୭ ଲକ୍ଷ ଟଙ୍କା ସହାୟତା ମିଳିଥିଲା । ପରେ ସେ ଜୀବନ ନିର୍ବାହ ପାଇଁ ଭୁବନେଶ୍ବର ସ୍ଥିତ ଚକେଇଶିଆଣୀ ଅଞ୍ଚଳରେ ରହି ବିଡିଏ କାର୍ଯ୍ଯାଳୟରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ଏହି ସମୟରେ ପୁରୀ ଅଞ୍ଚଳର ବାଲିଅନ୍ତା ଥାନା ଅଧିନ ପାହାଳ ଫାଣ୍ଡି ଅନ୍ତର୍ଗତ ଅଟଳା ନିକଟସ୍ଥ କେନାଲ ରୋଡ଼ ସ୍ଥିତ ୪୦୨ ଦ୍ବାରିକା ଏନକ୍ଲେଭରେ ରହୁଥିବା ଲୁଇସ୍ ସୋରେନଙ୍କ ପୁଅ ଈଶାନ୍ ସୋରେନଙ୍କ ସହ ଭେଟ ହୋଇଥିଲା ।

ପରେ ପରେ ଉଭୟଙ୍କ ମଧ୍ୟରେ ଦେଖା ସାକ୍ଷାତ ପରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏସମସ୍ତ ଘଟଣା ଈଶାନଙ୍କ ପରିବାର ଲୋକ ମଧ୍ୟ ଅବଗତ ଥିଲେ । ପ୍ରେମ ସମ୍ପର୍କ ପରେ ଈଶାନଙ୍କ ଲୋଲୁପ ଦୃଷ୍ଟି ପଡିଥିଲା ମଞ୍ଜରୀଙ୍କ ଦେହ ଓ ଟଙ୍କା ଉପରେ ଈଶାନ୍ ମଞ୍ଜରୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ବାରମ୍ବାର ଧର୍ଷଣ କରିବା ସହ ମଞ୍ଜରୀଙ୍କ ନିକଟରେ ଥିବା ଲକ୍ଷାଧିକ ଟଙ୍କାକୁ ନେଇ ମଧ୍ୟ ଖର୍ଚ୍ଚ କରିଥିଲେ । ବାରମ୍ବାର ଧର୍ଷଣ ପରେ ମଞ୍ଜରୀ ଗର୍ଭବତୀ ହୋଇଥିଲେ । ପରେ ବିବାହର ସମୟ ଗଡାଇ ଈଶାନ୍ ମଞ୍ଜରୀଙ୍କୁ ନେଇ ଏକ ଜଣାଶୁଣା ବେସରକାରୀ ମେଡ଼ିକାଲରେ ଗର୍ଭପାତ କରାଇଥିଲେ। ମଞ୍ଜରୀ ଏନେଇ ବିରୋଧ କରିବାରୁ ତାଙ୍କୁ ଈଶାନ୍ ଓ ତାଙ୍କ ପରିବାର ଲୋକେ ବିଭିନ୍ନ ସମୟରେ ମାଡ଼ ମାରିବା ସହ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇ ଆସୁଥିଲେ ।

ଗତ ଅଗଷ୍ଟ ୪ ତାରିଖ ଦିନ ଈଶାନ୍ ଙ୍କ ୪୦୨ ଦ୍ବାରିକା ଏନକ୍ଲେଭ ସ୍ଥିତ ଘରେ ପହଞ୍ଚି ବିବାହ କରିବା ନେଇ ପୂର୍ବରୁ ହୋଇଥିବା ସମସ୍ତ ଘଟଣା ସମ୍ପର୍କରେ ତାଙ୍କ ପରିବାର ଲୋକଙ୍କୁ ଜଣାଇବା ପରେ ଈଶାନ୍ ଙ୍କ ପରିବାର ଲୋକେ ମଞ୍ଜରୀଙ୍କ ଉପରେ ଉତକ୍ଷିପ୍ତ ହୋଇ ମାଡ଼ ମାରିବା ସହ ଧମକ ଚମକ ଦେଇଥିଲେ । ପରେ ମଞ୍ଜରୀ ଥାନାରେ ଘଟଣା ସମ୍ପର୍କରେ ଜଣାଇବାକୁ ଯାଉଥିବା ସମୟରେ ବାଲିଅନ୍ତା ସାଇଫନ୍ ନିକଟରେ ମଧ୍ୟ ଈଶାନ୍ ଙ୍କ ପରିବାର ଲୋକେ ପହଞ୍ଚି ମାଡ଼ ମାରୁଥିବା ସମୟରେ ବାଲିଅନ୍ତା ଥାନା ପିସିଆର ଭ୍ଯାନ୍ ତାଙ୍କୁ ଉଦ୍ଧାର କରିଥିଲା ।

ଏନେଇ ମଞ୍ଜରୀ ଭୁବନେଶ୍ୱର ମହିଳା ଥାନାରେ ଗତ ଅଗଷ୍ଟ ୧୭ ତାରିଖରେ ଲିଖିତ ଅଭିଯୋଗ କରିବା ପରେ ମହିଳା ଥାନା ପୋଲିସ ଦଫା ଆଇପିସି ଧାରା ୩୭୬(୨)ଏନ୍,୩୨୩,୩୧୩,୪୨୦,୩୭୯,୫୦୬,୩୪ ଅନୁଯାୟୀ ମାମଲା ନମ୍ବର ୪୧/୨୦ ରୁଜ୍ଜୁ କରି ତଦନ୍ତ ଚଳାଇଛି । ଈଶାନ୍ ସହ ତାଙ୍କ ପରିବାରର ମୋଟ ୪ ଜଣ ସଦସ୍ୟଙ୍କ ନାମରେ ଅଭିଯୋଗ ହୋଇଥିବା ଜଣାପଡିଛି ।

Leave A Reply