ବାଲେଶ୍ୱର : ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବି.ଜେ.ଡି. ସୁପି୍ରମୋ ନବୀନ ପଟ୍ଟନାୟକ ଓଡ଼ିଶାର ୩୩ଟି ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରିଛନ୍ତି । ବାଲେଶ୍ୱର ଜିଲ୍ଲାପାଇଁ ପୂର୍ବତନ ସାଂସଦ ଇଂ. ରବୀନ୍ଦ୍ର କୁମାର ଜେନାଙ୍କୁ ପୁଣିଥରେ ଜିଲ୍ଲାର ସଭାପତି ଦାୟିତ୍ୱ ଅର୍ପଣ କରାଯାଇଛି ।
ଏହି ଅବସରରେ ଜିଲ୍ଲା ବିଜେଡ଼ି ଏସ୍.ସି. ସେଲ୍ ତରଫରୁ ନୂତନ ସଭାପତିଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ରବୀନ୍ଦ୍ର କୁମାର ଜେନାଙ୍କୁ ଜିଲ୍ଲା ଏସ୍.ସି. ସେଲ୍ ସଭାପତି ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ, ଆଡ଼ଭୋକେଟ୍ ଲକ୍ଷ୍ମଣ କୁମାର ବେହେରା, ମାନଗୋବିନ୍ଦ ସେଠୀ, ପ୍ରତାପ କେଶରୀ ଦାସ, ଜୟନ୍ତ କୁମାର ମଲ୍ଲିକ୍, ଦିଲ୍ଲୀପ କୁମାର ମହାନ୍ତି, ଶଶିକାନ୍ତ ପ୍ରଧାନ, ବଂଶୀଧର ଦଳେଇ, ଗୁରୁପ୍ରସାଦ ଜେନା, କାର୍ତ୍ତିକ ଚନ୍ଦ୍ର ସେଠୀ, ସୌମ୍ୟଶଙ୍କର ମଲ୍ଲିକ୍, ନରେନ୍ଦ୍ର ସେଠୀ, ମହେଶ୍ୱର ଜେନା, ଗୌରାଙ୍ଗ ଚରଣ ଦାସ, କାଶୀ ମଲ୍ଲିକ୍, ସୁଦର୍ଶନ ଦାସ ଓ ଶ୍ରୀକାନ୍ତ ମଲ୍ଲିକ୍ ପ୍ରମୁଖ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ବହୁ ଦଳୀୟ କର୍ମୀ ଯୋଗଦେଇ ନୂତନ ସଭାପତି ଶ୍ରୀ ଜେନାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ଉତ୍ତରରେ ଶ୍ରୀ ଜେନା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଗତ ୨୦ବର୍ଷର ସଫଳତାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ସହିତ ଦଳକୁ ତୃଣମୂଳସ୍ତରରୁ ସୁଦୃଢ଼ କରିବାପାଇଁ ସମସ୍ତେ ମିଳିମିଶି କାର୍ଯ୍ୟକରିବାକୁ ପରାମର୍ଶ ଦେଇଥିଲେ ।