Odisha news

ସ୍ୱାଧିନତାର ୭୪ ବର୍ଷ ପରେ ବି ମହାରାଜପୁର ଗ୍ରାମବାସୀ ଚାଲୁଛନ୍ତି କାଦୁଅ ରାସ୍ତାରେ

ବାଲେଶ୍ୱର-ପ୍ରତି ନିର୍ବାଚନ ସମୟରେ ନେତାମାନେ ବାରମ୍ବାର କୁହନ୍ତି କି ପ୍ରତ୍ୟେକ ଗ୍ରାମରେ ପକ୍କା ସଡକ କରାଇଦେବୁ, ଯାତାୟତର ସୁବିଧା କରାଇବୁ, ଏହିଭଳି କିଛି ପ୍ରତିଶୃତି ଦେଇଥାନ୍ତି ମାତ୍ର ବାଲେଶ୍ୱରଜିଲ୍ଲା ରେମୁଣା ବ୍ଲକ ମହାରାଜପୁର ଗ୍ରାମର ୪ ନମ୍ବର ଓାର୍ଡରେ ୨୦୦ ଲୋକଙ୍କ ଯାତାୟତର ମୁଖ୍ୟରାସ୍ତା ବର୍ଷା ସମୟରେ ପଲଟିଜାଏ ମରଣଯନ୍ତା । ଏହି ରାସ୍ତାରେ ଯାତାୟତ କରୁଥିବା ଲୋକମାନଙ୍କ ମଧ୍ୟରେ ବହୁତ ଲୋକ ବୃଦ୍ଧାବ୍ୟକ୍ତି, ବିକଳାଙ୍ଗବ୍ୟକ୍ତି, ଗର୍ଭବତୀମହିଳା, କେନସର ପିଡୀତା ଏବଂ କୁନିକୁନି ପିଲାମାନେ ମଧ୍ୟ ନିର୍ଭର କରିଅଛନ୍ତି । ବର୍ଷା ସମୟରେ ରୋଗୀ କିମ୍ବା ଗର୍ଭବତୀ ମହିଳାମାନେ ହସ୍ପିଟାଲ ଯିବା ପାଇଁ ଆମ୍ବୁଲାନ୍ସ ମଧ୍ୟ ଆସି ପାରେ ନାହ ିଁସେହି ଅଞ୍ଚଳକୁ ।

ଏଠି ପ୍ରତି ପାଞ୍ଚ ବର୍ଷରେ ନିର୍ବାଚିତ ପ୍ରତିନିଧି ବଦଳନ୍ତି ସତମାତ୍ର ନିର୍ବାଚନ ପୂର୍ବରୁ ସମସ୍ତେ ପ୍ରତିଶୃତି ଦିଅନ୍ତିକି ନିର୍ବାଚନ ଜିତିଲେ ରାସ୍ତା କରାଇଦେବେ ବୋଲି କିନ୍ତୁ ନିର୍ବାଚନ ଜିତିଲା ପରେ ଭୁଲି ଯାଆନ୍ତ ତାଙ୍କଦ୍ୱାରା ଦିଆଯାଇଥିବା ପ୍ରତିଶୃତିକୁ । ଗ୍ରାମବାସୀମାନେ ବାରମ୍ବାରଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନଙ୍କୁ ନିବେଦନ କଲାପରେ ମଧ୍ୟ ରାସ୍ତାରେ କୌଣସି ପ୍ରକାର ସୁଧାରିକରଣ ହୋଇନାହିଁ । ଏହି ଗ୍ରାମର ସୁରେଶ ଦତ୍ତ ସିଂ ନାମକ ବ୍ୟକ୍ତି କ୍ୟାନସର ରୋଗରେ ପିଡୀତ ଅଛନ୍ତି । ବାରମ୍ବାର ତାଙ୍କର ସ୍ୱାସ୍ଥ୍ୟବସ୍ତା ବିଗୁଡୁଥାଏ । ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ହସପିଟାଲ ନିଆଯାଏ । ଏହିରାସ୍ତାକୁ ନିର୍ଭରକରି ମଧ୍ୟ ଆଦିବାସୀ ଓ ହରିଜନ ଲୋକମାନେ ବସବାସକରନ୍ତି । ଏହି ରସ୍ତାକୁ ନିର୍ଭର କରି ରହୁଥିବା ମହିଳାମାନଙ୍କ ମଧ୍ୟରେ ବହୁମହିଳା ଗର୍ଭବତୀ ଅଛନ୍ତି । ଏହିଗ୍ରାମର ଶାନ୍ତିଲତା ନାୟକ (୬୭),ରୁକ୍ମଣି ଦାସ (୪୫), ତପନ ନାୟକ (୪୩), ବିଜୟିନୀ ନାୟକ (୧୭) ପ୍ରଭୃତି ଶାରୀରିକ ବିକଳାଙ୍ଗ ଅଟନ୍ତି, ଏ ମାନଙ୍କୁ ସରକାରଙ୍କ ପକ୍ଷରୁ ପ୍ରଶିକ୍ଷଣ ଦିଆଯାଇଛି କି କିପରି ଭାବେ ସେମାନେ ପକ୍କା କିମ୍ବା ପିଚୁ ରାସ୍ତାରେ ଗମନାଗମନ କରିବେ କିନ୍ତୁ ମାଟି ରାସ୍ତାରେ କିପରି ଭାବେ ଚଲାବୁଲା କରିବେ ଏ ବାବଦରେ କୌଣସି ପ୍ରଶିକ୍ଷଣ ଦିଆଯାଇ ନାହିଁ ।

ଏଠି ପ୍ରଶ୍ନଉଠୁଛିକି ସରକାରଙ୍କର ବିକଳାଙ୍ଗମାନଙ୍କୁ ଦେଇଥିବା ପ୍ରଶିକ୍ଷଣ କଣ ଲୋକ ଦେଖାଣିଆ ଥିଲାକି ? ଏହି ରାସ୍ତାକୁ ନିର୍ଭରକରି ମଧ୍ୟକିଛି ନବଜାତଶିଶୁଙ୍କ ପରିବାର ଅଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ଟିକିଏ ବର୍ଷା ହେଲେ ଘରୁୁ ବାହାରିବା ସମ୍ପୂର୍ଣ୍ଣଭାବେ ବିପଦା ଅନ୍ୟପକ୍ଷରେ ଗ୍ରାମବସୀମାନଙ୍କ ଅଭିଯୋଗ ଏହାକି ଏହି ପଞ୍ଚାୟତର ପ୍ରତିଥର ଅଲଗା ଅଲଗା ନିର୍ବାଚିତ ସରପଞ୍ଚଙ୍କ ଘର ସର୍ବଦା ପଞ୍ଚାୟତର ବୋଇତାଗ୍ରାମରେଏଣୁ ପଞ୍ଚାୟତର ସମ୍ପୂର୍ଣ୍ଣ ଉନ୍ନତିମୂଳକ କାର୍ଯ୍ୟସବୁ ବୋଇତା ଗ୍ରାମରେ କରାହେଉଛିି ମାତ୍ର ମହାରାଜପୁର ଗ୍ରାମକୁ ସରପଞ୍ଚ ଦୃଷ୍ଟି ଦିଅନ୍ତି ନାହିଁ । ମହାରାଜପୁର ଗ୍ରାମରେ ଗମନାଗମନ ପାଇଁରାସ୍ତା ନାହିଁକି ଅନ୍ଧାରରେ ଗମନାଗମନ ପାଇଁ ଆଲୁଅର ବ୍ୟବସ୍ଥା ନାହିଁ । ଏହାସମ୍ପର୍ଣ୍ଣ ଭାବେ ୫-ଟି ସରକାରଙ୍କ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷଟି କରିଛି । ଏବେ ଅପେକ୍ଷା ରହିଲାଏହି ଅଞ୍ଚଳର ଲୋକେ କେବେ ସୁସ୍ଥଜୀବନ ଯାପନ କରିବେ ।

Nalco

Comments are closed.