ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡରେ ବନ୍ଦ ହୋଇପଡ଼ିଥିବା ଖଣିଖାଦାନ ଚାଲୁରହିବା ପାଇଁ ପ୍ରଶାସନ ତତ୍ପରତା ଦେଖାଇଛି । ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ମିଳିତଭାବେ କ୍ଷେତ୍ରବୁଲି ତଦନ୍ତ କରିଛନ୍ତି । ନୀଳଗିରି ଉପଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନା, ତହସିଲଦାର ଅଶେଷ କୁମାର ନାୟକ, ନୀଳଗିରି ବନବିଭାଗ, ମାଇନିଂ ବିଭାଗ,ପ୍ରଦ୍ୟୁଷଣ ବିଭାଗ, ଭୂତତ୍ତ୍ୱ ବିଭାଗ, ପୋଲିସ ବିଭାଗ ପକ୍ଷରୁ ଏହି ତଦନ୍ତ କରାଯାଇଛି ।
ଅଧିକାରୀମାନେ ସଦ୍ୟ ନିଲାମ ହୋଇଥିବା ୩ଟି ବାଲିଖାଦାନ ବୁଲି ଦେଖିବା ସହ ଆଗାମୀ ଦିନରେ ନିଲାମ ହେବାକୁ ଯାଉଥିବା ଅଯୋଧ୍ୟା ବାଲିଘାଟ,ବାଲିପାଳ, ପ୍ରତାପପୁର,ବଇଁଞ୍ଚା, ନରଣପୁର ବାଲିଘାଟ,ଜାମୁଡ଼ିହାଠାରେ ଥିବା ତିନୋଟି ପଥର ଖାଦାନ ଓ ଗୋଟିଏ ମୋରମ ଖାଦାନ ବୁଲି ଦେଖିଥିଲେ । ଖୁବ୍ଶିଘ୍ର ଖଣିଖାଦାନ ଚାଲିବ ବୋଲି ନୀଳଗିରି ବାସୀଙ୍କ ମନରେ ଆଶାର ସଞ୍ଚାର ହୋଇଛି । ଯଦି ଖଣିଖାଦାନ ନଖୋଲେ ତେବେ ଶ୍ରମିକମାନେ କାମଧନ୍ଦା ନପାଇ ପୁଣିଥରେ ବାହାର ରାଜ୍ୟକୁ ଚାଲିଯିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ