Odisha news

ବିଜେପିରେ ଯୋଗଦେଲେ ଓଡଙ୍ଗୀ ପଞ୍ଚାୟତର ବହୁ ସଂଖ୍ୟକ ବିଜେଡି କର୍ମୀ

0

ବାଲେଶ୍ୱର -୧୦/୧୦ : ମୋଦିଜୀଙ୍କ ସ୍ୱଚ୍ଛ ଶାସନ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଢ ନେତୃତ୍ୱ ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ଆଦର୍ଶରେ ପ୍ରଭାବିତ ହୋଇ ସଦର ବ୍ଲକ ଅନ୍ତର୍ଗତ ଓଡଙ୍ଗୀ ପଞ୍ଚାୟତରେ ବିଜେଡିର ୬୦ରୁ ଉଦ୍ଧ୍ୱର୍ ଯୁବକ ପଞ୍ଚାୟତ କାର୍ଯ୍ୟକାରୀ ସଭାପତି ରତିକାନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ଏବଂ ଆବାଳବୃଦ୍ଧବନିତାଙ୍କ ପ୍ରିୟ ନେତା ବିଧାୟକ ସ୍ୱର୍ଗତ ମଦନ ମୋହନ ଦତ୍ତଙ୍କ ପୁତ୍ର ତଥା ସଦର ନିର୍ବାଚନ ମଣ୍ଡଳୀ ସଂଯୋଜକ ମାନସ କୁମାର ଦତ୍ତ (ମିଣ୍ଟୁ ଭାଇ)ଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦାନ କରିଛନ୍ତି ।

ଏହି ମିଶ୍ରଣ ପର୍ବରେ ମାନସ ଦତ୍ତଙ୍କ ନେତୃତ୍ୱରେ ଲକ୍ଷ୍ମୀଧର ମହାଳିକ, ରତିକାନ୍ତ ଦାସ, ବିଦ୍ୟାଧର ମହାଳିକ, ଜୟନ୍ତ ମହାଳିକ, ମନ୍ମଥ ମହାଳିକ, ମୁନା ଦାସ, ବାବୁଲା ମହାଳିକ, ରବି ମହାଳିକ, ଶଙ୍କରା ମହାଳିକ, କାଳିଆ ମହାଳିକ, ପୁନିଆ ମହାଳିକ, ବାଙ୍ଗରୁ ଦାସ, ହେଣ୍ଡି ମହାଳିକ, ଶନିଆ ପାତ୍ର, ଜୟନ୍ତ ଜେନା, ବାବୁଲି ମହାଳିକ, ରବୀନ୍ଦ୍ର ଜେନା, ପପୁ ମହାଳିକ, ବାଙ୍ଗରୀ ଜେନା, ହେମନ୍ତ ମହାଳିକ, ବାବୁଲା ମହାଳିକ, ଲିପୁନ ମହାଳିକ, ଜଗନ୍ନାଥ ମହାଳିକ, ଦୟାନିଧି ପାତ୍ର, ବାଇଧର ମହାଳିକ, ଭରତ ମହାଳିକ, ଜଗ ମହାଳିକ, ମିଟିକ ମହାଳିକ, ବଳିଆ ମହାଳିକ ପ୍ରମୁଖ ଯୋଗଦାନ କରିଥିଲେ ।

ଏହି ଅବସରରେ ଯୁବନେତା ଶ୍ରୀ ଦତ୍ତ କହିଥିଲେ ଯେ ଆପଣମାନଙ୍କ ପାଇଁ କାମ କରିବା ସହ ମୋର ବାପା ସ୍ୱର୍ଗତ ମଦନ ମୋହନ ଦତ୍ତଙ୍କ ଅଧୁରା କାର୍ଯ୍ୟକୁ ପୂର୍ଣ୍ଣ କରିବା ମୋର ଏକମାତ୍ର ଲକ୍ଷ୍ୟ । ଏଥିସହ ସମସ୍ତଙ୍କୁ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିବା ସହ ସମସ୍ତଙ୍କର ଆର୍ଶିବାଦ କାମନା କରିଥିଲେ । ଉପସ୍ଥିତ କର୍ମକର୍ତ୍ତା ମଙ୍ଗୁ ଭାଇଙ୍କର ଅଧୁରା କାର୍ଯ୍ୟକୁ ସାକାର କରିବା ସହ ଆଗାମୀ ଉପ ନିର୍ବାଚନରେ ଦଳକୁ ବିପୁଳ ବିଜୟ କରାଇବା ପାଇଁ ଆହ୍ୱାନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ଗୌରାଙ୍ଗ ଦାସ, କାର୍ତ୍ତିକ ରାଉତ, ସତ୍ୟଜିତ ମିଶ୍ର, ପ୍ରବୀର ଶଙ୍କର ଦାଶ, ବିକାଶ ପାଢୀ, ମାନସ ନାୟକ, ସୁରଜ ସାହୁ ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।

Nalco
Leave A Reply