Odisha news

ହ୍ୱୁଇଲର ଦ୍ୱୀପରୁ ରୁଦ୍ରମ୍ ଏଣ୍ଟି-ରେଡ଼ିଏସନ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

0

ବାଲେଶ୍ୱର (ରଂଜନ ବାଗ): ଆଜି ଆଇଟିଆର ଅଧିନସ୍ଥ ଭ୍ରଦକ ଜିଲ୍ଲା ଅନ୍ତର୍ଗତ ଧାମରା ହ୍ୱୁଇଲର ଦ୍ୱୀପ (ଅବଦୁଲ କାଲାମ କ୍ଷେପଣାସ୍ତ୍ର ଘାଟି)ରୁ ରୁଦ୍ରମ୍ ଏଣ୍ଟି-ରେଡ଼ିଏସନ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ଅନୁଷ୍ଠିତ ହୋଇଯାଇଛି  ।

ଆକଶମାର୍ଗରୁ ବାୟୁସେନାର ଯୁଦ୍ଧ ବିମାନ ସୁଖୋଇ-୩୦ ରୁ ଏହି କ୍ଷେପଣାସ୍ତ୍ରକୁ ପରୀକ୍ଷା କରାଯାଇଥିଲା  ।  ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଦ୍ୱାରା  ବିକଶିତ କରାଯାଇଛି  ।

ଏହି କ୍ଷେପଣାସ୍ତ୍ରର ଗତିକୁ  ଶତ୍ରୁ ପକ୍ଷର ରାଡ଼ାର ଠାବ କରିପାରିବ ନାହିଁ  । ଏହି କ୍ଷେପଣାସ୍ତ୍ରଟି ଦେଶର ପ୍ରଥମ ଏଣ୍ଟି-ରେଡ଼ିଏସନ୍ ମିଜାଇଲ୍ ଅଟେ  । ରୁଦ୍ରମ କ୍ଷେପଣାସ୍ତ୍ର ଦ୍ୱାରା ଆମଦେଶର ବାୟୁସେନା  ଶକ୍ତିଶାଳୀ ହୋଇପାରିବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି  ।  ଆଜିର ଏହି ପରୀକ୍ଷଣ ସମୟରେ ପ୍ରତିରକ୍ଷା ବିଭାଗ, ବାୟୁସେନା ଏବଂ ଡିଆରଡିଓର ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ

Nalco
Leave A Reply