ବାଲେଶ୍ୱର-୦୬/୧୦ : ବାଲେଶ୍ୱର ଉପନିର୍ବାଚନ ପରିପ୍ରେକ୍ଷୀରେ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଓ ତତ୍ପରତା ପରିଲକ୍ଷିତ ହେଉଥିବା ବେଳେ ପ୍ରମୁଖ ରାଜନୈତିକ ଦଳ ନିଜର କର୍ମୀମାନଙ୍କୁ ନେଇ ଆଶାୟୀ ଅଛନ୍ତି । ଏହି କ୍ରମରେ ବାଲେଶ୍ୱର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ମିଶ୍ରଣ ପର୍ବ ମଧ୍ୟ ଜାରି ରହିଛି ।
ଏହି ମିଶ୍ରଣ ପର୍ବରେ ବାଲେଶ୍ୱର ପୌରାଞ୍ଚଳ ୨୭ ନମ୍ବର ୱାର୍ଡ଼ର ବହୁ କଂଗ୍ରେସ ଯୁବକର୍ମୀ ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ଜିଲ୍ଲା ବିଜେଡ଼ି ସଭାପତି ତଥା ପୂର୍ବତନ ସାଂସଦ ଇଂ. ରବୀନ୍ଦ୍ର କୁମାର ଜେନା ଏବଂ ସମାଜସେବୀ ତଥା ରେବତୀ ପତି୍ରକାର ସଂପାଦିକା ସୁବାସିନୀ ଜେନା ସେମାନଙ୍କୁ ଦଳର ଉତ୍ତରୀୟ ପିନ୍ଧାଇ ସ୍ୱାଗତ କରିବା ସହ ଶୁଭେଚ୍ଛା ଜଣାଇଥିଲେ ।
ସେକ୍ ନୁରୁଦ୍ଦିନ, ସେକ୍ ଅମିରୁଦ୍ଦିନ, ସେକ୍ ଅବଦୁଲ ଆର୍ସାଦ, ସଦ୍ଦାମ ହୁସେନ, ସେକ ଆଲାମ, ସେକ ନିୟାଜୁଦ୍ଦିନ, ଏମ ଡି ଆକିଲ, ଆଫରୋଜ ଆଲାମ, ମୁଜାହିଦ୍ଦ ପରବେଜ୍ ଏବଂ ବିଜେପି ଆଇ.ଟି ସେଲ୍ ରୁ କୁମାର ଚିନୁ ଏବଂ ଜ୍ୟୋତିପ୍ରକାଶ ରାଉତ ପ୍ରମୁଖ ଯୋଗଦେଇଥିଲେ ।
ସେହିପରି ଅନ୍ୟ ଦଳର ବହୁ ମହିଳା କର୍ମୀ ମଧ୍ୟ ଆଜିର ଏହି ମିଶ୍ରଣ ପର୍ବରେ ଯୋଗ ଦେଇ ବିଜେଡ଼ିରେ ସାମିଲ୍ ହେବା ସହ ଶପଥ ନେଇଥିଲେ । ଜୟଶ୍ରୀ ବିଶ୍ୱାଳ, ସୁଲେଖା ସେନ, ସାନ୍ତ୍ୱନା ବାରିକ, ସିପ୍ରା ସାମଲ, ମମତା ସାମଲ, ବାସନ୍ତୀ ବର୍ଦ୍ଧନ, ରଞ୍ଜିିତା ମଲ୍ଲିକ, ସମସ୍ୱତୀ ମହାଳିକ, କମଳା ମହାନ୍ତି, ସଂଯୁକ୍ତା ମଲ୍ଲିକ, ଦେୱାନ୍ତି ଚୌଧୁରୀ, ଝୁମା ବିବି ପ୍ରମୁଖ ମହିଳା ଆଜି ବିଜେଡ଼ିରେ ଯୋଗ ଦେଇଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡ଼ିରେ ଯୋଗ ଦେଇଥିବା ଏହି କର୍ମୀଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ଦଳୀୟ ପ୍ରାର୍ଥୀଙ୍କୁ ଜୟଯୁକ୍ତ କରାଇବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଜେନା କହିବା ସହ କର୍ମୀମାନଙ୍କୁ ଉଦ୍ବୋଧନ ଦେଇଥିଲେ । ଏହି ମିଶ୍ରଣ ପର୍ବରେ ବହୁ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ
