Odisha news

ବାଲେଶ୍ୱର ଜିଲ୍ଲାରେ ମିଶନ ମୋଡରେ କେନ୍ଦ୍ରୀୟ ଯୋଜନା ଆଧାରରେ ନିର୍ମାଣ ଶ୍ରମିକ ପଞ୍ଜୀକରଣ କରିବା ପାଇଁ ଦାବି

0

ବାଲେଶ୍ୱର: ବାଲେଶ୍ୱର ଜିଲ୍ଳାରେ ଦୁଇଲକ୍ଷରୁ ଉଦ୍ଧ୍ୱର୍ ନିର୍ମାଣ ଶ୍ରମିକ ଥିଲାବେଳେ ହଜାର ହଜାର ନିର୍ମାଣ ଶ୍ରମିକ ପଞ୍ଜୀକୃତ ହୋଇପାରି ନଥିବାରୁ କେନ୍ଦ୍ର ସରକାରଙ୍କର ସହାୟତା ତଥା ଅନ୍ୟାନ୍ୟ ସୁବିଧା ସୁଯୋଗରୁ କରୋନା ମହାମାରୀ ସମୟରେ ଆର୍ଥିକ ଦୁର୍ଗତିରେ ଥାଇ ମଧ୍ୟ ସେଥିରୁ ବଂଚିତ ହେଉଛନ୍ତି ବୋଲି ବିଜେପିର ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର ଅଭିଯୋଗ କରି ଏହି ପଂଜୀକରଣ କାର୍ଯ୍ୟକୁ ତୁରନ୍ତ ତ୍ୱରାନ୍ୱିତ କରିବା ପାଇଁ ଦାବି କରିଛନ୍ତି । ଇତି ମଧ୍ୟରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଜୁଲାଇ ୧ ତାରିଖଠାରୁ ସେପ୍ଟେମ୍ବର ଶେଷ ସୁଦ୍ଧା ପଂଜୀକରଣ କାମ ସାରିଦେବା ପାଇଁ ଅନୁରୋଧ ଜଣାଇଛନ୍ତି । ବାଲେଶ୍ୱର ଜିଲ୍ଲାରେ ଉପଶ୍ରମ ଆୟୁକ୍ତ ଓ ଜିଲ୍ଲା ଶ୍ରମବିଭାଗ କାର୍ଯ୍ୟାଳୟ ଥିଲାବେଳେ ହଜାର ହଜାର ନିର୍ମାଣ ଶ୍ରମିକଙ୍କର ପଂଜୀକୃତ ହେବାପାଇଁ ଆବେଦନ ପତ୍ର ସେଠାରେ ବହୁତ ଦିନରୁ ପଡ଼ିରହିଛି ।

ହଜାର ହଜାର ନିର୍ମାଣ ଶ୍ରମିକ କେନ୍ଦ୍ର ସରକାରଙ୍କ ପ୍ରଦତ୍ତସହାୟତା ରାଶି ଭୁଲ ଠିକଣା ଓ ବ୍ୟାଙ୍କ ସଂଯୋଗୀକରଣ ନହୋଇଥିବା ହେତୁ ପଂଜୀକୃତ ନିର୍ମାଣ ଶ୍ରମିକଙ୍କୁ ପ୍ରଦାନ କରାଯାଇ ପାରିନଥିବା ଅତ୍ୟନ୍ତ ଦୁର୍ଭାଗ୍ୟର କଥା ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ବାଲେଶ୍ୱର ଜିଲ୍ଲାରେ ଶ୍ରମ କାର୍ଯ୍ୟାଳୟରେ ବିଭିନ୍ନ କାରଣରୁ ସହାୟତା ରାଶି ମିଳିବାରେ ବହୁ ବିଳମ୍ବ ହେଉଥିବାରୁ ଏବଂ ପଡ଼ି ରହିଥିବା ଆବେଦନ ପତ୍ର ଗୁଡ଼ିକର ପଂଜୀକରଣ ନିମନ୍ତେ  ପଦକ୍ଷେପ ନିଆଯାଉ ନଥିବା ହେତୁ  ଶ୍ରମିକ ମହଲରେ ଘୋର ନୈରାଶ୍ୟ ଦେଖାଦେଇଛି । ଏଣୁ ଏହାର ଆଶୁ ସମାଧାନ କରୋନା ବିପତ୍ତି ସମୟରେ ଜରୁରୀ ହୋଇପଡ଼ିଛି ବୋଲି ଦାବି କରିଛନ୍ତି । କେନ୍ଦ୍ର କ୍ୟାବିନେଟ୍ରେ ପଂଜୀକୃତ ନିର୍ମାଣ ଶ୍ରମିକଙ୍କ ପାଇଁ ସହରକୁ କାର୍ଯ୍ୟ ଲାଗି ଆସୁଥିବା ତଥା ପ୍ରବାସୀ ନିର୍ମାଣ ଶ୍ରମିକଙ୍କ ଲାଗି ଶସ୍ତାରେ ଭଡ଼ାଘର ନିର୍ମାଣ ଓ ବିନିଯୋଗ – ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଶ୍ରୀ ମହାପାତ୍ର ଅଭିହିତ କରିଛନ୍ତି । ନିର୍ମାଣ ଶ୍ରମିକମାନେ ରାଜ୍ୟ ମଙ୍ଗଳବୋର୍ଡ଼ ନିକଟରେ ପଂଜୀକୃତ ହେଲା ପରେ ପି.ଏନ୍.ଜି.ୱାଇ,  ପି.ଏନ୍.ଏସ୍.ୱାଇ. ଆଦି ଯୋଜନାର ଲାଭ ଉଠାଇ ପାରିବେ ।

Leave A Reply