ବାଲେଶ୍ୱର/ସୋର : କୋରନା ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ବ୍ୟବସାୟୀକ ସଂଗଠନ ପକ୍ଷରୁ ଆଜି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ବାଲେଶ୍ୱର ଚେମ୍ବର ଅଫ୍ ଇଣ୍ଡଷ୍ଟି୍ରଜ୍ ଏଣ୍ଡ କମର୍ସର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ନର୍ଥ ଓଡ଼ିଶା ଚେମ୍ବର ଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟି୍ରଜ୍, ଜିଲ୍ଲା କ୍ଷୁଦ୍ରଶିଳ୍ପ ସଂଘ, ବାଲେଶ୍ୱର ବ୍ୟବସାୟୀ ସଂଘ, ବାଲେଶ୍ୱର ହୋଟେଲ ଏସୋସିଏସନ୍ ,ବାଲେଶ୍ୱର ଅଟୋମୋବାଇଲ୍ସ ଡିଲୋର୍ସ ଏସୋସିଏସନ୍, ବାଲେଶ୍ୱର ଜୁଏଲାର୍ସ ଏସୋସିଏସନ୍, ବାଲେଶ୍ୱର ନିର୍ମାଣ ସାମଗ୍ରୀ ବିକ୍ରେତା ସଂଘ, ଆଇସିଏଆଇ ବାଲେଶ୍ୱର ଚେପଟର, ନୁ୍ୟମାର୍କେଟ ବ୍ୟବସାୟୀ ସଂଘ, ମହାଲକ୍ଷ୍ମୀ ବ୍ୟବସାୟୀ ସଂଘ, ରେମୁଣା ବଜାର ବ୍ୟବସାୟୀ ସଂଘ, ଅଟୋ ମୋବାଇଲ ସ୍ପେୟାରପାଟର୍ସ ଏସୋସିଏସନ, ବାଲେଶ୍ୱର ଇଲେକ୍ଟ୍ରିକାଲ ଫିଟିଂ ଏସୋସିଏସନ୍, ବାଲେଶ୍ୱର ଇଲୋକ୍ଟ୍ରୋନିକ୍ସ ଟ୍ରେଡର୍ସ ଏସୋସିଏସନ୍ସର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ବାଲେଶ୍ୱର ସହର ଓ ଏହାର ଆଖପାଖ ଅଞ୍ଚଳରେ କୋରନା ସଂକ୍ରମଣ ଯେପରି ଭାବେ ବଢିବଢି ଚାଲିଛି ଏହାକୁ ରୋକିବା ପାଇଁ ନାନାପ୍ରକାର ପଦକ୍ଷେପ ଯଥା ସାମାଜିକ ଦୂରତାରକ୍ଷା, ମାସ୍କର ବ୍ୟବହାର ଏବଂ ସର୍ବୋପରି ନିଜ ଘରେ ରହିବା ଉପରେ ଗୁରୁତ୍ୱ ଦିଆଯିବା ସହ ଅତିଆବଶ୍ୟକ ନହେଲେ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି ।
ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ ଭାରତ ସରକାର ଓ ଓଡ଼ିଶା ସରକାର ମିଳିତଭାବେ ମାର୍ଚ୍ଚମାସ ୨୩ ତାରିଖ ଠାରୁ ଅଗଷ୍ଟମାସ ୩୧ ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ୍, ସଟ୍ଡାଉନ୍, ସାପ୍ତାହିକ ସଟ୍ଡାଉନ୍ ଆଦି ପଦକ୍ଷେପମାନ ଗ୍ରହଣ କରିଥିଲେ । ସେପ୍ଟେମ୍ବର ୧ ତାରିଖ ଠାରୁ ଲକ୍ଡାଉନ୍ ଓ ସଟ୍ଡାଉନ୍ ଆଦି ଉଠିଯିବା ପରେ ମଧ୍ୟ କୋରନା ସଂକ୍ରମଣ ନିୟନ୍ତ୍ରଣାଧିନ ନହେବାରୁ ରାଜ୍ୟର ଝାରସୁଗୁଡ଼ା, ବଲାଙ୍ଗୀର, କନ୍ଧମାଳ, ବାରିପଦା, ନୟାଗଡ଼, ସୋର ଆଦି ସ୍ଥାନମାନଙ୍କରେ ବ୍ୟବସାୟୀ ସଂଘ ପକ୍ଷରୁ ସ୍ୱଇଚ୍ଛାରେ ଲକ୍ଡାଉନ୍ ଘୋଷଣା କରାଯିବା ସହ ବ୍ୟବସାୟର ସମୟ ସୀମା ଧାର୍ଯ୍ୟ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ବାଲେଶ୍ୱର ସହରର ସମସ୍ତ ଦୋକାନୀ ଭାଇମାନଙ୍କୁ ବିଭିନ୍ନ ସଂଘ ପକ୍ଷରୁ ଆସନ୍ତା ଅକ୍ଟୋବର ମାସ ୧ତାରିଖ ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦୋକାନ ଖୋଲାରଖିବା ପାଇଁ ନିବେଦନ କରାଯାଉଛି । ଏହି ସମୟ ମଧ୍ୟରେ ଅତ୍ୟାବଶ୍ୟକ ସେବା ଜାରି ରହିବ ବୋଲି ସଂଘ ପକ୍ଷରୁ ଉକ୍ତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।
ସେହିପରି ସୋର ପୌରପରିଷଦ ଏବଂ ଗ୍ରାମାଞ୍ଚଳରେ ସଂପ୍ରତି କରୋନାର ଭୟାବହ ପରିସ୍ଥିତି ଦେଖାଦେଇଛି । ପ୍ରତିଦିନ ଏଥିରେ ଆକା୍ରନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ କମିବାର ନାଁ ଧରୁନି । ଏମିତି ସଂଗୀନ୍ସ୍ଥିତିରେ ସରକାରୀ କଟକଣା ନଥିବାରୁ ଗୋଷ୍ଠୀ ସଂକ୍ରମଣ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ସପ୍ତାହର ଗୁରୁବାର ଠାରୁ ରବିବାର ପର୍ଯ୍ୟନ୍ତ ସୋର ପୌରପରିଷଦର ସମସ୍ତ ଦେକାନ ବଜାର ବନ୍ଦ ରଖିବାକୁ ସୋରର ୧୧ ବ୍ୟବସାୟୀ ସଂଘକୁ ନେଇ ଗଠିତ ମହାସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହା ବ୍ୟତୀତ ପୂର୍ବପରି ପ୍ରତି ସପ୍ତାହରେ ଶନିବାର ଓ ରବିବାର ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ୍ ରଖାଯାଇ ସଟ୍ଡାଉନ୍ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିବା ସହିତ ପ୍ରଶାସନକୁ ଅନୁମୋଦନ ପାଇଁ ଅବଗତ କରାଯାଇଛି । ବ୍ୟବସାୟୀ ମହାସଂଘର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୧.୧୦.୧୦ଠାରୁ ୪.୧୦.୨୦ରିଖ ପର୍ଯ୍ୟନ୍ତ ୪ ଦିନ ବନ୍ଦ ରଖାଯିବା ସହିତ ଏହାପର ସପ୍ତାହ ଠାରୁ ପ୍ରତି ଶନିବାର ଓ ରବିବାର ପୂର୍ବପରି ସମ୍ପୂର୍ଣ୍ଣ ବନ୍ଦ ରଖାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି
