୪ ଲେବର କୋର୍ଡ଼ ବିରୋଧରେ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିିଭିନ୍ନ ୟୁନିୟନ୍ ପକ୍ଷରୁ ମିଳିତ ବିକ୍ଷୋଭ ଅନୁଷ୍ଠିତ
ବାଲେଶ୍ୱର -୨୩/୦୯ – କେନ୍ଦ୍ରର ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ସରକାର ସ୍ୱାଧୀନତା ପୂର୍ବରୁ ଓ ପରେ ଶ୍ରମିକ କର୍ମଚାରୀ ଶ୍ରେଣୀର ଲଗାତର ଆନେ୍ଦାଳନ ଫଳରେ ପ୍ରଣିତ ୪୪ଟି ଶ୍ରମ ଆଇନକୁ ହଟାଇ ବହୁଜାତିକ ପୁଞ୍ଜିପତିଙ୍କ ଶ୍ରମ ଶୋଷଣର ସାହାଣ ମେଲା କରି ମଧ୍ୟଯୁଗୀୟ କ୍ରୀତଦାସ ପ୍ରଥା ପ୍ରଣୟନ ପାଇଁ ୪ଟି ଶ୍ରମ କୋର୍ଡ଼ ପ୍ରଣୟନ କରିବାକୁ ଗଲାବେଳେ ଏହାର ପ୍ରତ୍ୟାହାର ଦାବିରେ ଏ.ଆଇ.ଟି.ୟୁ.ସି. ସମେତ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ମାନଙ୍କ ପକ୍ଷରୁ ଦେଶବ୍ୟାପୀ ଶ୍ରମିକ ଶ୍ରେଣୀ ପକ୍ଷରୁ ୨୩ ସେପ୍ଟେମ୍ବର ପ୍ରତିବାଦ ଆନେ୍ଦାଳନର ଅଂଶଭାବେ ଆଜି ଏଆଇଟିୟୁସି ସହବନ୍ଧିତ ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀସଂଘ,ଡିଫେନ୍ସ କଣ୍ଟ୍ରାକ୍ଟର ୱାର୍କର୍ସ ୟୁନିୟନ୍ ଓ ନ୍ୟାସ୍ନାଲ ହକର ଫେଡେରେଶନ୍ ପକ୍ଷରୁ ମିଳିତ ପ୍ରତିବାଦ ଆନେ୍ଦାଳନ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । କରୋନା ଆଳରେ ହଠାତ୍ ଗୋଟିଏ ଦିନ ଜନତା କର୍ଫୁ୍ୟ, ୨୫ ମାର୍ଚ୍ଚ ଶୂନ୍ୟ ଘଣ୍ଟାରୁ ପ୍ରଥମେ ୨୧ ଦିନ ପାଇଁ ଦେଶବ୍ୟାପୀ ଲକ୍ଡାଉନ୍ ଓ ସଟ୍ଡାଉନ୍ କରି ଦେଶର ସାମାଜିକ, ଅର୍ଥନୈତିକ ବ୍ୟବସ୍ଥାକୁ ଧ୍ୱସ୍ତ କରି ଏ ପର୍ଯ୍ୟନ୍ତ କଟକଣା ବଳବତ୍ତର ରଖି ଦେଶ ଅର୍ଥନୀତିକୁ ରସାତଳଗାମୀ କରାଇଲେ ।
ଗଣସ୍ୱାସ୍ଥ୍ୟ ଓ ଚିକିତ୍ସା ବ୍ୟବସ୍ଥାକୁ ଘରୋଇ କମ୍ପାନୀ ସ୍ୱାର୍ଥ ପାଇଁ ଖତମ କରିଦେଲେ । ଶିକ୍ଷା ବ୍ୟବସ୍ଥା, କୃଷି ଓ କୃଷକ, କୁଟୀରଶିଳ୍ପ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, ଅସଂଗଠିତ କ୍ଷେତ୍ର ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟକୁ ଖତମ କରିଦେଲେ । କାର୍ଯ୍ୟରେ ଥିବା ୧୫ କୋଟି ଶ୍ରମିକଙ୍କୁ ବେରୋଜଗାର, ସଂଗଠିତ କ୍ଷେତ୍ରରୁ ୨କୋଟିରୁ ଅଧିକ ଶ୍ରମିକଙ୍କୁ ହଟାଇ ପ୍ରବାସୀ ଶ୍ରମିକଙ୍କୁ ଘରକୁ ଫେରିବାର ସୁଯୋଗ ନଦେଇ, ଫେରୁଥିବା ଶ୍ରମିକଙ୍କୁ ଆକ୍ରମଣ କରି ହଜାର ହଜାର ଶ୍ରମିକଙ୍କୁ ହତ୍ୟା କଲେ । ଦେଶର ଅର୍ଥନୀତି, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଶିଳ୍ପ, ବାଣିଜ୍ୟ ସବୁ ଖତମ କରିଛନ୍ତି । ଆଜି ଦେଶର ଶ୍ରମିକ, କୃଷକ, ଛାତ୍ର, ଯୁବ ଓ ମହିଳା ବିରୋଧୀ ସରକାରକୁ ଦେଶବ୍ୟାପୀ ସତର୍କ ଘଣ୍ଟି ଦିଆଗଲା । ପ୍ରତ୍ୟାହାର ନହେଲେ ଏହି ଜନବିରୋଧୀ ମୋଦି ସରକାର ହଟାଇବା ପର୍ଯ୍ୟନ୍ତ ଏହି ଆନେ୍ଦାଳନକୁ ଆହୁରି ତେଜିଆନ୍ କରିବାକୁ ସଂକଳ୍ପ ନିଆଯାଇଛି । ଏହି କାର୍ଯ୍ୟକ୍ରମରେ ଏଆଇଟିୟୁସିର ଜାତୀୟ ପରିଷଦ ସଦସ୍ୟ ଜୟନ୍ତ ଦାସ, ଡିଫେନ୍ସ କଣ୍ଟ୍ରାକ୍ଟରର୍ସ ୱାର୍କର୍ସ ୟୁନିୟନର ନାରାୟଣ ପାଣିଗ୍ରାହୀ, ପୂର୍ଣ୍ଣ ଦାସ, ଏସାକ୍ ଅଲି ସାହା, ଏଆଇଟିୟୁସିର ରାଜ୍ୟ ପରିଷଦ ସଦସ୍ୟ ପ୍ରତିଭା ପାଲ୍, ନିଖିଳ ଓଡ଼ିଶା ଅଙ୍ଗନୱାର୍ଡ଼ି କର୍ମୀସଂଘର ନିର୍ବାସିନୀ ପ୍ରଧାନ, ନ୍ୟାସନାଲ୍ ହକର ଫେଡେରେଶନ୍ ଏବଂ ଓଡ଼ିଶା ପଥ ବିକ୍ରେତା ସଂଘର ଆବିଦ ଖାନ୍, ମୋହିନୀ ମୋହନ ପରିଡ଼ା, ରାମଚନ୍ଦ୍ର ପରିଡ଼ା, ଟିପିରୀ ସିଂ, ଅଭିରାମ ବାରିକ, ଦୀନବନ୍ଧୁ ସାହୁ, ରାଜେଶ ପଣ୍ଡା, ରିକ୍ସା ଚାଳକ ସଂଘର ସେକ୍ ସଲ୍ଲାଉଦ୍ଦିନ୍, କୃଷକ ନେତା ଅନୁଜ ମହାପାତ୍ର, ସୁରଜିତ୍ ପୋଥାଳ, ଆଇନଜୀବି ଅବଦୁଲ ରଫିକ୍ ଓ ମନୋଜ ନାୟକ ପ୍ରମୁଖ ଉଦ୍ବୋଧନ ଦେଇ ସରକାର ଶ୍ରମ ଆଇନ ସଂଶୋଧନ ନାମରେ ୪ଟି ଶ୍ରମକୋର୍ଡ଼ ଆଳରେ କ୍ରୀତଦାସ ପ୍ରଥା ପୁନଃପ୍ରଚଳନ ବନ୍ଦ ନକଲେ ମୋଦି ସରକାରକୁ ହଟାଇବା
