ବାଲେଶ୍ୱର : ଆଗାମୀ ଉପନିର୍ବାଚନକୁ ଲକ୍ଷ୍ୟ ରଖି ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଦଳ ନିଜ ନିଜର ଶକ୍ତି ବୃଦ୍ଧି କରିବାରେ ଲାଗିଛନ୍ତି । ଏହି କ୍ରମରେ ଆଜି ବାଲେଶ୍ୱର ମୁ୍ୟନିସପାଲିଟିର ପୂର୍ବତନ କାଉନସିଲର ବିଶ୍ୱଜିତ ମହାପାତ୍ର(ଡ଼ିଉ) ନିଜର ବହୁ ସମର୍ଥକ ମାନଙ୍କ ସହ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ବିଜେଡ଼ି ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ସମସ୍ତଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ପିନ୍ଧାଇ ଦଳରେ ସ୍ୱାଗତ କରିଥିଲେ ।

ଡ଼ିଉଙ୍କ ସହିତ ରବିନାରାୟଣ ଦାସ, ଦିଲ୍ଲୀପ ଦାସ ମହାପାତ୍ର, ରାମା ରାଓ, ଅଶୋକ କୁମାର ପରିଡ଼ା, ବିକାଶ ସୋନାର, ସମିତ ଦାସ ପ୍ରମୁଖ ବହୁ ସମର୍ଥକ ବିଧିବଦ୍ଧ ଭାବରେ ବିଜୁ ଜନତା ଦଳରେ ଯୋଗଦେଇଥିଲେ । ଆଜିର ଏହି ମିଶ୍ରଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଟାଉନ ବିଜେଡ଼ି ସଭାପତି ସନତ ଦାସ ଏବଂ ଓଡ଼ିଶା – ମୋ ପରିବାର ର ବାଲେଶ୍ୱର ଜିଲ୍ଲା ସଂଯୋଜକ ସାହିରୁଲ ହକ୍ଙ୍କ ସମେତ ବହୁ ବିଜେଡ଼ି ନେତା ଉପସ୍ଥିତ ଥିଲେ

LEAVE A REPLY

Please enter your comment!
Please enter your name here