ବାଲେଶ୍ୱର : ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ବୁଢାବଳଙ୍ଗ ଓ ଜଳକା ନଦୀରେ ବନ୍ୟା ଆସିବା ଫଳରେ ଅଧିକାଂଶ ଲୋକ ଘରୁ ବାହାରକୁ ବାହାରିପାରୁନାହାନ୍ତି । ଗ୍ରାମବାସୀମାନଙ୍କ ଘରେ ଓ ଚୁଲିରେ ପାଣି ପସିଯିବାରୁ ସେମାନଙ୍କ ଚୁଲି ଜଳି ପାରିନାହିଁ । ଫଳରେ ବହୁ ପରିବାରର ପିଲାଛୁଆ ଏବଂ ଗୃହପାଳିତ ପଶୁଙ୍କୁ ଧରି ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।
ଏହାକୁ ଦୃଷ୍ଟିରେ ରଖି ବାଲେଶ୍ୱର କଂଗ୍ରେସର ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକଙ୍କ ନିଦେ୍ର୍ଦଶ କ୍ରମେ ଜିଲ୍ଲା କଂଗ୍ରେସ ତରଫରୁ ଲଗାତାର ଦୁଇଦିନ ଧରି ରିଲିଫ୍ ବଂଟନ କରାଯାଇଛି । ଦ୍ୱିତୀୟ ଦିନରେ ବନ୍ୟା ପ୍ରଭାବିତ ସଦର ବ୍ଲକ ଅନ୍ତର୍ଗତ ବଇଂଚା, ପାଖରାବାଡ, ନଗ୍ରମ ଏବଂ ବସ୍ତା ବ୍ଲକ ଅନ୍ତର୍ଗତ ଇଡ୍ଦା, ବରୁଣଗଡିଆ, ଦୁଧହଂସା ପଂଚାୟତରେ ରିଲିଫ୍ ବଂନ କରଯାଇଛି ।
ଏହି ରିଲିଫ୍ ବଣ୍ଟନ କାର୍ଯ୍ୟ ପୂର୍ବତନ ପିସିସି ସାଧାରଣ ସଂପାଦକଙ୍କ ତତ୍ତ୍ୱାବଧାନରେ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସଦର ବ୍ଲକରେ ପୂର୍ବତନ ପ୍ରଶାସନିକ ଅଧିକାରୀ ହରମୋହନ ଦାସ, ପୂର୍ବତନ ଜିଲ୍ଲା କଂଗ୍ରେସ ଉପସଭାପତି ଗୋପାନାଥ ପାଢୀ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ରଂଜନ ଦାସ, ଗୌତମ ସାହୁ, କିରଣ ମୋହନ ନାୟକ, ଜୀବନ ମହାପାତ୍ର, ବିଜୟ ମାଝୀ, ରଘୁ ମାଝୀ, ପରମେଶ୍ୱର ବେହେରା, ବାଇଧର ନାୟକ, ଚଇତା ମାଝି, କମଳାକାନ୍ତ ଦାସ, ଋତୁରାଜ ନାୟକ, ଭାବନୀ ଶଙ୍କର ବେହେରା ଏବଂ ବସ୍ତା ବ୍ଲକରେ ସତ୍ୟନାରାୟଣ ଗୁପ୍ତା, ବସ୍ତା ଯୁବକଂଗ୍ରେସ ସଭାପତି ସୁଧାଂଶୁ ଶେଖର ଜେନା, କିଶୋର ପାଳ ପ୍ରମୁଖ ଏହି ରିଲିଫ ବଂଟନରେ ସହାୟତା କରିଥିଲେ
