Odisha news

ମୌଳିକ ଅଧିକାର ଉପରେ ଆକ୍ରମଣ ବିରୁଦ୍ଧରେ ଏବଂ ପ୍ରଶାନ୍ତ ଭୂଷଣଙ୍କ ସପକ୍ଷରେ ବିକ୍ଷୋଭ ଅନୁଷ୍ଠିତ

0

ବାଲେଶ୍ୱର : ବିଭିନ୍ନତା ମଧ୍ୟରେ ଏକତାର ବିଚାରରେ ପ୍ରତିଷ୍ଠିତ ଭାରତର ସମ୍ବିଧାନ ଓ ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାର ଉପରେ ଗତ ୬ବର୍ଷ ଧରି ଶାସନ କ୍ଷମତାରେ ଥିବା ରାଜନୈତିକ ଶକ୍ତି, ଅମଲାବାହିନୀ ଲଗାତର ଆକ୍ରମଣ କରିଚାଲିଛନ୍ତି । ନିକଟରେ ମାନବାଧିକାରର ବିଶିଷ୍ଟ ଅଧିବକ୍ତା ପ୍ରଶାନ୍ତ ଭୂଷଣଙ୍କୁ ଏକ ମାନହାନୀ ମୋକଦ୍ଦମାରେ ଦୋଷୀ ସାବ୍ୟସ୍ତ କରିବା ଘଟଣାରେ ନ୍ୟାୟପାଳିକା ମଧ୍ୟ ଏହି ମୌଳିକ ଅଧିକାର ଉପରେ ଆକ୍ରମଣ କରିଥିବା ଘଟଣା ବିରୁଦ୍ଧରେ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମେ ଭାରତୀୟ ଜନଗଣ ମଞ୍ଚ ତଳେ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଗତ ୬ବର୍ଷଧରି ଯିଏ ମଣିଷ ସମାଜ ପ୍ରତି ଅବହେଳା ଅଥବା ଶାସନ କ୍ଷମତାରେ ଥିବା ଶକ୍ତିଙ୍କ ଅନ୍ୟାୟ, ଅନୀତି ଅଥବା ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଛି, ତାଙ୍କ ମୌଳିକ ଅଧିକାରକୁ ହନନ କରି ତାଙ୍କ ବିରୋଧରେ ଆଇନର ଅପପ୍ରୟୋଗ କରାଯାଉଛି ଏହାହିଁ ଆମ ସମ୍ବିଧାନ ଉପରେ ଆକ୍ରମଣ । ଆଜି ଆନେ୍ଦାଳନକାରୀମାନେ ଭାରତର ସମ୍ବିଧାନ, ଏହାର ମୌଳିକ ଅଧିକାର ପ୍ରତି ଯଥା ସମ୍ମାନ ଜଣାଇବା ସହ ନ୍ୟାୟପାଳିକା ପ୍ରତି ଯଥା ସମ୍ମାନ ପ୍ରକାଶ କରିବା ସହ ମାନବୀୟ ଅଧିକାର ଅଧିବକ୍ତା ପ୍ରଶାନ୍ତଭୂଷଣଙ୍କ ବିରୋଧରେ ମୋକଦ୍ଦମା ମଞ୍ଜୁର ହେବା ଓ ଦୋଷୀ ସାବ୍ୟସ୍ତ ରକିବା ଘଟଣାକୁ ନାପସନ୍ଦ କରିବା ସହ ପ୍ରଶାନ୍ତ ଭୂଷଣଙ୍କ ମୌଳିକ ଅଧିକାର ଉପରେ ଆକ୍ରମଣକୁ ନିନ୍ଦା କରାଯାଇଛି । ଆନେ୍ଦାଳନକାରୀମାନେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ତାଙ୍କ ନିଜ ରାୟର ପୁନର୍ବିଚାର କରି ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାର ସୁରକ୍ଷିତ ରଖିବାକୁ ଦୃଢ଼ ଦାବି କରିଥିଲେ ଓ ପ୍ରଶାନ୍ତଭୂଷଣଙ୍କ ପ୍ରତି ଅତୁଟ ଭାଇଚାରା ପ୍ରଦର୍ଶନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ବାର ଆସୋସିଏସନ୍ର ସମ୍ପାଦକ ମନୋଜ ନାୟକ, ଏଆଇଟିୟୁସିର ଜାତୀୟ ପରିଷଦ ସଦସ୍ୟ ତଥା ନାସନାଲ ହକର ଫେଡେରେଶନର ଅତିରିକ୍ତ ସାଧାରଣ ସମ୍ପାଦକ ଜୟନ୍ତ ଦାସ, ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘର ଜିଲ୍ଲା ସଭାପତି ପ୍ରତିଭା ପାଲ, ଓଡ଼ିଶା ପଥ ବିକ୍ରେତା ସଂଘର ଆବିଦ ଖାନ, ମୋହିନୀ ମୋହନ ପରିଡ଼ା,ତପନ କୁମାର ସିଟ, ଆଇନଜୀବୀ ସର୍ବଶ୍ରୀ ବିଜୟ ପରିଡ଼ା, ଲଲାଟେନ୍ଦୁ କେଶରୀ ମହାପାତ୍ର, ଶାନ୍ତନୁ ଦାସ, ଉମେଶ ଦାସ, ଦୀପ୍ତିକାନ୍ତ ମିଶ୍ର, ନିର୍ମଳ ନାୟକ, ଅବଦୁଲ ରଫିକ୍, ଚନ୍ଦ୍ରକାନ୍ତ ଜେନା, ଭରତ ଚନ୍ଦ୍ର ଲେଙ୍କା, ସୁଧା ରଞ୍ଜନ ବିଶ୍ୱାଳ, ବରେନ୍ଦ୍ର ଦାସ, ଗୌତମ ଭୋଇ, ପ୍ରତାପ କେଶରୀ ଦାସ, ଅଭିଜିତ୍ ପଣ୍ଡା, ଗୋପାଳ ଶତପଥୀ, ନିରଞ୍ଜନ ପ୍ରଧାନ, ସର୍ବେଶ୍ୱର ମିଶ୍ର, ଲକ୍ଷ୍ମୀଧର ଗିରି, ବେଣୁଧର ବାରିକ, ନିର୍ବାସିନୀ ପ୍ରଧାନ, ପଙ୍କଜିନୀ ଜେନା, ଟିପିରୀ ସିଂ, ରାମଚନ୍ଦ୍ର ପରିଡ଼ା, ଅଭିରାମ ବାରିକ, ମହମ୍ମଦ ଆସ୍ଲାମ୍, ରାଜେଶ ପଣ୍ଡା, ହରେକୃଷ୍ଣ ଦାସ, ରଘୁନାଥ ନାୟକ, ଦୀନବନ୍ଧୁ ସାହୁ, ଅଜିଜୁର ରହେମାନ ସମେତ ନେତୃବୃନ୍ଦ ଭାରତର ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାର ଉପରେ ଆକ୍ରମଣ ବିରୋଧରେ ଏବଂ ପ୍ରଶାନ୍ତଭୂଷଣଙ୍କ ସହ ଭାଇଚାରା ପ୍ରକାଶ କରିଥିଲେ ।

Leave A Reply