ବାଲେଶ୍ୱର : ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ, ବାଲେଶ୍ୱର ଶାଖାର ସମ୍ବର୍ଦ୍ଧନା ସଭା ଭରଚୁଆଲ ମୋଡ଼ରେ ସଭାପତି ଆଇନଜୀବୀ ପ୍ରଭାକର ସାହୁଙ୍କ ଅଧ୍ୟକ୍ଷତାରେ ନେଳିଆବାଗସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସାଧାରଣ ସଂପାଦିକା ମମତା ମହାପାତ୍ର ବୈଠକର ଉଦେ୍ଦଶ୍ୟ ବୁଝାଇବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ।
ଉପଦେଷ୍ଟା ସୁବ୍ରତ କର ଟାଉନ ଥାନା ଅଧିକାରୀ ଶୁଭ୍ରାଂଶୁ ଶେଖର ନାୟକ ଓ ଅବକାରୀ ଅଧୀକ୍ଷକ ବିବେକାନନ୍ଦ ନାୟକ ନିଶା ବିରୋଧରେ ଲଢ଼େଇ କରୁଥିôବାରୁ ସେମାନଙ୍କୁ ଉତ୍ସାହିତ କରାଯିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ସମାଜର ହିତ ପାଇଁ ନିଶା ବିରୋଧରେ ଗତ କିଛି ଦିନ ମଧ୍ୟରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମସ୍ତଙ୍କର ଶ୍ରଦ୍ଧାଭାଜନ ହୋଇପାରିଥିବାରୁ ବାଲେଶ୍ୱରର ଟାଉନ ଥାନା ଅଧିକାରୀ ଶୁଭ୍ରାଂଶୁ ଶେଖର ନାୟକ ଓ ଅବକାରୀ ଅଧୀକ୍ଷକ ବିବେକାନନ୍ଦ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଉତ୍ତରରେ ଅଧିକାରୀ ଦ୍ୱୟ ବାଲେଶ୍ୱରକୁ ନିଶାମୁକ୍ତ କରିବାରେ ନିଶା ବିରାଧରେ ସଂଗ୍ରାମ ଚଳାଇଥିବା ବିଭିନ୍ନ ସଂଗଠନ ବିଶେଷ କରି ମହିଳାମାନଙ୍କ ସହଯୋଗରେ ସଫଳ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୌରାଙ୍ଗ ପାଣିଗ୍ରାହୀ, ଡ. କେଶବ ଚରଣ ପଣ୍ଡା, କୁମୁନ୍ଦ ରଞ୍ଜନ ଗିରି, ଡ. କ୍ଷିତୀଶ୍ୱର ଦାଶ, ଯୋଗେଶ ଚନ୍ଦ୍ର ପ୍ରଧାନ, ପ୍ରସନ୍ନ କୁମାର ପାଢ଼ୀ, କମଳାକାନ୍ତ ଦାଶ, ନିରଞ୍ଜନ ପରିଡା, ଗୀତାଞ୍ଜଳି ସିଂହ, ଅର୍ଚ୍ଚନା ନନ୍ଦୀ, ସମସ୍ତଙ୍କ ସହଯୋଗରେ ଶେଖ କରିମ୍, ପୂର୍ଣ୍ଣଚନ୍ଦ୍ର ବେହେରା,ବସନ୍ତ ପ୍ରଧାନ ଓ ବିକ୍ରମ ମାଝୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ସଦସ୍ୟା କଲ୍ୟାଣୀ ନନ୍ଦ ବୈକୁଣ୍ଠନାଥ ପଟ୍ଟନାୟକଙ୍କ ଅଭ୍ୟର୍ଥନା ସଂଗୀତ ଗାନ କରିଥିଲେ । ଶେଷରେ ପ୍ରଫୁଲ୍ଲ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ