Odisha news

ଶିଳ୍ପାୟନ ନାମରେ ବାଲିଆପାଳର ସମୃଦ୍ଧ ଅଞ୍ଚଳକୁ ଧ୍ୱଂସ କରାନଯାଉ

0

ବାଲେଶ୍ୱର : କରୋନା ମହାମାରୀ ନିୟନ୍ତ୍ରଣ ପାଇଁ ସରକାର ଗତ ମାର୍ଚ୍ଚ ମାସରୁ ବିପର୍ଯ୍ୟୟ ପ୍ରଶମନ ଆଇନ୍ ଲାଗୁ କରାଇଥିଲେ ହେଁ ଜିଲ୍ଲା ପ୍ରଶାସନ ଗତ ଜୁନ୍ ୯ ତାରିଖ, ୧୨ ତାରିଖ ଏବଂ ଜୁଲାଇ ୩୧ ତାରିଖରେ ଏହି କଟକଣାକୁ ନିଜେ ଉଲ୍ଲଙ୍ଘନ କରି ବାଲିଆପାଳବାସୀଙ୍କୁ କରୋନା ସଂକ୍ରମଣ ଭିତରକୁ ଠେଲିଦେବାରେ ବିଫଳ ହେବାପରେ ଏବେ ଭିଟାମାଟିପାଇଁ ଆନେ୍ଦାଳନ କରୁଥିବା ଜନଗଣଙ୍କ ଉପରେ ମିଥ୍ୟା ମୋକଦ୍ଦମାର ଆଶ୍ରୟ ନେଇଛନ୍ତି ବୋଲି ଆଜି ବାଲେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରମିକନେତା ଜୟନ୍ତ ଦାସ, ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ଆଡ଼ଭୋକେଟ୍ ମନୋଜ ନାୟକ, ଶିଶିର ହୁଇ, ଭାଗବତ ପ୍ରତିହାରୀ, ଉପକୂଳ ଭିଟାମାଟି ସୁରକ୍ଷା କମିଟିର ଅନୁଜ ମହାପାତ୍ର, ମୃତୁ୍ୟଞ୍ଜୟ ରାଉତ, ସୁଧାକର ଦାସ ଓ ଶ୍ରବଣ ମଣ୍ଡଳ ପ୍ରମୁଖ କ୍ଷୋଭର ସହ ପ୍ରକାଶ କରିଥିଲେ ।

ସୂଚନାଯୋଗ୍ୟ ଶିଳ୍ପାୟନ ଓ ବ୍ୟାପକ କର୍ମନିଯୁକ୍ତି ନାମରେ ସୁବର୍ଣ୍ଣରେଖା ନଦୀ ମୁହାଣଠାରୁ ହଂସକରା ମୁହାଣ ପର୍ଯ୍ୟନ୍ତ ଦୀର୍ଘ ୨୦କି.ମି. ଭିତରେ (୧) ଚୌମୁଖ, (୨) ଡଗରା, (୩) ବେତଗଡ଼ିଆ, (୪) ଅଳାଡିହା, (୫) ନୂଆଗାଁ ଓ (୬)ଜମ୍ଭିରାଇ ଗ୍ରା:ପ:ର ଘନ ଜନବସତି ସହ ପାନ, ନଡ଼ିଆ, ଗୁଆ, କାଜୁ, ସପେତା, ପିଜୁଳି, କଦଳୀ, ଦେଶୀ କାଙ୍କଡ଼, କଲରା, ଚିନିଆଳୁ, ମାଟିଆଳୁ, ଧାନ ଓ ଝୋଟର ବହୁଫସଲି ଉତ୍ପାଦନରେ ଏକରପ୍ରତି ବାର୍ଷିକ ଆୟ ହାରାହାରି ଅନୁ୍ୟନ୍ୟ ୭ଲକ୍ଷ ୫୦ ହଜାର ଟଙ୍କା ରୋଜଗାର ସହ ପାନ ରପ୍ତାନୀରୁ ବୈଦେଶିକ ମୁଦ୍ରା ଆୟ ହୋଇଥାଏ । ଏହି ପୃଷ୍ଠଭୂମିରେ ଜମି ଅଧିଗ୍ରହଣ ୨୦୧୩ କେନ୍ଦ୍ରୀୟ ଆଇନକୁ ନଗ୍ନ ଉଲ୍ଲଙ୍ଘନ କରି, ଏହି କରୋନା ମହାମାରୀ ସମୟରେ ସମ୍ପୂର୍ଣ୍ଣ ଭାବେ ଆଇନ କାନୁନକୁ ବିସର୍ଜନ ଦେଇ ସାଧାରଣ ଲୋକଙ୍କ ଜମିବାଡ଼ିକୁ ବଳ ପ୍ରୟୋଗକରି ଅଧିଗ୍ରହଣ କରିବାପାଇଁ ସରକାର କଳ ଅହେତୁକ ଭାବେ ତତ୍ପରତା ପ୍ରଦର୍ଶନ କରିଚାଲିଛନ୍ତି ।

ତା ୦୯-୦୬-୨୦୨୦ରିଖ ଓ ତା ୧୨-୦୬-୨୦୨୦ ରିଖରେ କରୋନା ନିୟମକୁ ଫୁ କରି ଇଡ଼କୋ ପକ୍ଷରୁ ନୋଟିସଦେଇ ବାଲିଆପାଳଠାରେ ଜନଶୁଣାଣୀ ନିମନ୍ତେ ଗ୍ରାମସଭା ଡକାଇ ସରକାରୀ କଳ ହଜାର ହଜାର ଲୋକଙ୍କ ଭିଡ଼ ଜୁଟାଇଲେ ଯେଉଁଠି ତଥାକଥିତ ସାମାଜିକ ଦୂରତ୍ୱ ବା କରୋନା ସମ୍ପର୍କୀୟ କୌଣସି ଆଇନ ପ୍ରତି ପ୍ରଶାସନର ଧ୍ୟାନ ନଥିଲା । ବାଲିଆପାଳରେ ଥିବା ଏକମାତ୍ର ଶିଳ୍ପ ଗୋପୀନାଥ ସୂତାକଳ ସରକାରଙ୍କ ଅପାରଗତା ପାଇଁ ଦୀର୍ଘଦିନ ହେଲା ବନ୍ଦ ହୋଇଯାଇଛି । ସେଠାରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ଶିଳ୍ପରେ କର୍ମନିଯୁକ୍ତି ମୋହଛାଡ଼ି କୃଷି ଉପରେ ଜୀବିକା ନିର୍ବାହ କରୁଛନ୍ତି ।

ଓଡ଼ିଶାର ଶିଳ୍ପାୟନ ନାମରେ ଖଣିଜ ପଦାଥର୍କ ଲୁଣ୍ଠନ ଚାଲିଛି । କୃଷି ଯନ୍ତ୍ରପାତି, କୃଷି ଉତ୍ପାଦିତ ଖାଦ୍ୟ ପ୍ରକି୍ରୟାକରଣ ଶିଳ୍ପ, ରାଜ୍ୟରୁ ଲୁହାଖଣି ଶେଷ କରିବାକୁ ବସିଥିବାବେଳେ ଏଠାରେ ସାଇକେଲ କାରଖାନାଭଳି ମୂଲ୍ୟଯୁକ୍ତ କାରଖାନା ପ୍ରତିଷ୍ଠାର ନାମଗନ୍ଧ ନାହିଁ । ତେଣୁ ସ୍ୱର୍ଣ୍ଣପ୍ରସୂ ବାଲିଆପାଳର ଆତ୍ମନିର୍ଭରଶୀଳ ଜନଗଣଙ୍କୁ ଭିଟାମାଟିରୁ ଉଚ୍ଛେଦ କରିବାର ହୀନ ପ୍ରୟାସ ବନ୍ଦ କରି ଜନବସତି ନଥିବା ଅଞ୍ଚଳରେ ଶିଳ୍ପାୟନ ପାଇଁ ସରକାର ଯତ୍ନବାନ ହୁଅନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଆହ୍ୱାନ ଦିଆଯାଇଥିଲା ।

Nalco
Leave A Reply