Odisha news

ଉଦ୍ଘାଟିତ ହେଲା ବୈଠକ ବଙ୍ଗଳା ଓ ଭଗବାନ ମହାପାତ୍ରଙ୍କ ଜୀବନୀପୁସ୍ତକ : ଦୃଢ଼ ଇଚ୍ଛାଶକ୍ତି ସଫଳତାର ଚାବିକାଠି

0

ବାଲେଶ୍ୱର : ଜଣେ ବ୍ୟକ୍ତିର ଏକନିଷ୍ଠ ସାଧନା ଓ ନିରନ୍ତର ପ୍ରୟାସ ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ଥାଏ  । ଯାହାର ଜ୍ୱଳନ୍ତ ଉଦାହରଣ ରୂପ୍ସା ଅଞ୍ଚଳର ବରିଷ୍ଠ ନାଗରିକ ଭଗବାନ ମହାପାତ୍ର ବୋଲି ଅତିଥିବୃନ୍ଦ ମତବ୍ୟକ୍ତ କରିଛନ୍ତି  । ସେ ଛାତ୍ରଜୀବନରୁ ବହୁ ଦୁଃଖ ଓ ଦାରିଦ୍ର୍ୟକୁ ସମ୍ମୁଖୀନ ହୋଇବି ଦୃଢ଼ ଇଚ୍ଛାଶକ୍ତି ବଳରେ  ରୂପ୍ସା ଅଞ୍ଚଳରେ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନଗଢ଼ି ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇପାରିଛନ୍ତି  । ପରିଣତ ବୟସରେ ନିଜେ ଭଗବାନପୁର ନାମକ ଏକ ଗ୍ରାମ ବସାଇ ସେହିଗ୍ରାମରେ ଏକ ବୈଠକବଙ୍ଗଳା ବା ସଭାଗୃହକୁ ତିନିଲକ୍ଷଟଙ୍କା ବ୍ୟୟରେ ନିର୍ମାଣକରି ସର୍ବସାଧାରଣଙ୍କ ଉଦେ୍ଦଶ୍ୟରେ ସମର୍ପିତ କରିଛନ୍ତି  ।

ଗତ ପାଞ୍ଚତାରିଖ ପୂର୍ବାହ୍ନରେ ଏହି ବଙ୍ଗଳାକୁ ନବନିଯୁକ୍ତ ଓଡ଼ିଶା ସାହିତ୍ୟ ଏକାଡେମୀର ରାଜ୍ୟ ସଦସ୍ୟ କାଳୀପଦ ପଣ୍ଡା ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିବାସହ ଶ୍ରୀ ମହାପାତ୍ରଙ୍କ ଲିଖିତ ଆତ୍ମଜୀବନୀ ଦୃଢ଼ଇଚ୍ଛାଶକ୍ତି ସଫଳତାର ଚାବିକାଠି କୁ ଏବଂ ଶ୍ରୀ ମହାପାତ୍ରଙ୍କ ପ୍ରତିଷ୍ଠିତ ଆମ ପରିବାର ଆମ ପଞ୍ଚାୟତ ପତି୍ରକାର ବ୍ୟାସଦେବଜୟନ୍ତୀ ସଂଖ୍ୟାକୁ ଉନ୍ମୋଚନ କରିଥିଲେ  । ଏହି କାର୍ଯ୍ୟକ୍ରମରେ ବରେଣ୍ୟ ଅତିଥିଭାବେ ଗାଳ୍ପିକ ସାନ୍ତନୁ ପଟ୍ଟନାୟକ, ବେତନଟୀ ସି. ଆରସି. ତଥା ପ୍ରବଚକ ବିରଞ୍ଚô ଦାସ, ଗାୟକ ଜୟନ୍ତ ପାଣିଗ୍ରାହୀ, ମୁଦ୍ରକ କିଶୋର ଚନ୍ଦ୍ର ମହାପାତ୍ର, ଲେଖକ ଗୌରହରୀ ପ୍ରହରାଜ, ଗୋବିନ୍ଦ ଶତପଥୀ, ଶ୍ରୀକାନ୍ତ କର ପ୍ରମୁଖ ଯୋଗଦେଇଥିଲେ  । ଭଗବାନ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ନିରାଡ଼ମ୍ବରପୂର୍ଣ୍ଣ କାର୍ଯ୍ୟକ୍ରମର ପ୍ରାରମ୍ଭରେ ସଙ୍ଗୀତ ଶିକ୍ଷକ ରବୀନ୍ଦ୍ର ପଲେଇ ସଙ୍ଗୀତଗାନ କରିଥିଲେ  । ଚକ୍ରଧର ଆଚାର୍ଯ୍ୟ ବେଦପାଠ କରିଥିଲେ  । ଆମ୍ବଗଡ଼ିଆ ବିକାଶମଞ୍ଚର ସଭାପତି ଅନ୍ତର୍ଯ୍ୟାମୀ ମହାପାତ୍ର ଓ ଗଛମଣିଷ ରବୀନ୍ଦ୍ର ବେହେରା (ବାଇନ) ବୃକ୍ଷରୋପଣ କରିଥିବାବେଳେ ଜଗଦୀଶଚନ୍ଦ୍ର ପଟ୍ଟନାୟକ ବିବରଣୀ ପାଠ ଏବଂ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅନନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ

Nalco
Leave A Reply