Odisha news

ଏଫ୍ଏମ୍ୟୁରେ ଦୁର୍ନୀତି ନିବାରଣ ପାଇଁ ଶପଥ ପାଠ

0

ବାଲେଶ୍ୱର-୦୧/୧୧ : ଅକ୍ଟୋବର ୩୦ରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ନୂଆପାଢୀ ସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ସଚେତନତା ବାର୍ତ୍ତା ନେଇ ସାମୁହିକ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଉପସ୍ଥିତରେ ଅଧ୍ୟାପକ, ଅଧ୍ୟାପିକା, ପ୍ରଶିକ୍ଷକ, ଅଣଶିକ୍ଷକ ଓ କର୍ମ·ରୀମାନେ ଏହି ଶପଥପାଠ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଚଳିତବର୍ଷର ବିଷୟବସ୍ତୁ ଦୁର୍ନୀତିକୁ ବିରୋଧ କରିବା, ରାଷ୍ଟ୍ରପତି ସମର୍ପିତ ରହିବାକୁ ନେଇ ଏକ ଦୁର୍ନୀତି ମୁକ୍ତ ସମାଜ ଗଠନ କରାଯିବା ନେଇ ସମସ୍ତେ ସଚେତନ ରହିବା ଆବଶ୍ୟକ ଏବଂ ଏ କ୍ଷେତ୍ରରେ ଅଧିକ ଯତ୍ନଶୀଳ ହେବା ନିମନ୍ତେ ବାର୍ତ୍ତା ପ୍ରେରଣ କରି ଶପଥପାଠ କରିଥିଲେ । ବିଶ୍ୱ ବିଦ୍ୟାଳୟର କୂଳ ସଚିବ କୁକୁମିନା ଦାସ, ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ସବ୍ୟସାଚୀ ପଟ୍ଟନାୟକଙ୍କ ସମେତ ବିଭିନ୍ନ ବିଭାଗୀୟ ମୁଖ୍ୟ ଓ ସମସ୍ତ ଶିକ୍ଷକ, ଅଣଶିକ୍ଷକ,କର୍ମ·ରୀଗଣ ଦୁର୍ନୀତି ବିରୋଧରେ ଦସ୍ତଖତ ଅଭିଯାନରେ ସାମିଲ ହୋଇ ନିଜ ନିଜର ସ୍ୱାକ୍ଷର ପ୍ରଦାନ କରିଥିଲେ

Nalco
Leave A Reply