ବାଲେଶ୍ୱର-୨୩/୦୨ : ବାଲେଶ୍ୱର ପୂର୍ତ୍ତ ବିଭାଗ ୨ନମ୍ବର ବିଭାଜନରେ ଏଷ୍ଟିମେଟର ଭାବେ କାର୍ଯ୍ୟ କରୁଥିବା ଅଜୟ ସେନାପତିଙ୍କ ମଲ୍ଲିକାଶପୁରସ୍ଥିତ ଭଡ଼ାଘର ଉପରେ ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଛି । ପ୍ରକାଶଯୋଗ୍ୟ ଏଷ୍ଟିମେଟର ଶ୍ରୀ ସେନାପତି ଗତ କିଛି ସପ୍ତାହ ତଳେ ପୁରୀରୁ ବାଲେଶ୍ୱରକୁ ବଦଳି ହୋଇ ଆସିଥିଲେ । ଶ୍ରୀ ସେନାପତି ପୁରୀରେ କାର୍ଯ୍ୟରତ ଥିବାବେଳେ ବିଭିନ୍ନ ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି କରିଥିବା ପୁରୀ ଭିଜିଲାନ୍ସ ଏସ୍ପିଙ୍କ ନିକଟରେ ଅଭିଯୋଗ ହୋଇଥିଲା । ସେହି ଅଭିଯୋଗକୁ ଆଧାର କରି ଗୁରୁବାର ସକାଳ ସମୟରେ ପୁରୀ ସମେତ ବାଲେଶ୍ୱର ସହର ଓ ଅନ୍ୟ ୫ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢଉ କରାଯାଇଛି । ଶ୍ରୀ ସେନାପତିଙ୍କ ବାଲେଶ୍ୱରସ୍ଥିତ ଭଡ଼ାଘରୁ କେତେକ ପ୍ଲଟର କାଗଜପତ୍ର, ଦଲିଲ,ଟଙ୍କା,ସୁନା ଅଳଙ୍କାର, ଜମିପଟ୍ଟା ଆଦି ମିଳିଛି । ଏହି ଚଢାଉରେ ନେତୃତ୍ୱ ନେଉଥିବା ଡିଏସ୍ପିଙ୍କ କହିବା ମୁତାବକ ଚଢଉ ସରିବାପରେ ସବିଶେଷ ବିବରଣୀ ପ୍ରଦାନ କରାଯିବ
