ବାଲେଶ୍ୱର-୨୩/୦୨ : ସମସ୍ତପ୍ରକାର ବିଦୁ୍ୟତ ଯୋଗାଣ ସମ୍ପର୍କିତ ସମସ୍ୟାପାଇଁ ଏକକ ସମାଧାନ ପ୍ରଦାନ କରିବା ନିମନ୍ତେ ଟିପି ନର୍ଦ୍ଦନ ଓଡ଼ିଶା ଡିଷ୍ଟି୍ରବୁ୍ୟସନ ଲିମିଟେଡ୍ (ଟିପିଏନ୍ଓଡିଏଲ୍) ପକ୍ଷରୁ ଗ୍ରାମାଞ୍ଚଳରେ ଅନୁଭବ କେନ୍ଦ୍ର ସ୍ଥାପନ କରିବା କାର୍ଯ୍ୟ ଜାରି ରହିଛି । ବିଦୁ୍ୟତ୍ ବିଲ ପେମେଣ୍ଟ, ବିଲ୍ ସଂଶୋଧନ, ମିଟରିଂ ଏବଂ ଅନ୍ୟାନ୍ୟ ବିଦୁ୍ୟତ ସମ୍ପର୍କିତ ସମସ୍ୟାର ସମାଧାନ ଲାଗି ଏହି ଅନୁଭବ କେନ୍ଦ୍ର ଖୋଲାଯାଇଛି । ଏହାଦ୍ୱାରା ଗ୍ରାମାଞ୍ଚଳରେ ବାସ କରୁଥିବା ଗ୍ରାହକମାନେ ଦୂରଦୂରାନ୍ତ ସ୍ଥାନରେ ଥିବା ସେକ୍ସନ ଅଫିସ୍କୁ ଆଉ ଯିବାକୁ ପଡ଼ିବ ନାହିଁ । ଗ୍ରାମୀଣ ଗ୍ରାହକଙ୍କ ସମସ୍ୟାର ସମାଧାନ କରିବା ଲାଗି ଅନୁଭବ କେନ୍ଦ୍ରଗୁଡ଼ିକୁ ପିଡିଏସ୍ ଦୋକାନ ନିକଟରେ ସ୍ଥାପନ କରାଯାଉଛି । ଲାଇନମେନ୍ ସହାୟତା ଲାଗି କମ୍ପାନୀ ପକ୍ଷରୁ ଏହି ଅନୁଭବ କେନ୍ଦ୍ରଗୁଡ଼ିକ ସହ ଫିଉଜକଲ କ୍ୟାମ୍ପର ସମନ୍ୱୟ କରାଯାଇଛି । ଟିପିଏନ୍ଓଡିଏଲ୍ ପକ୍ଷରୁ ପ୍ରତି ସବ୍ଡିଭିଜନ୍ରେ ଗ୍ରାମପଞ୍ଚାୟତସ୍ତରରେ ୫୦ଟି ଅନୁଭବ କେନ୍ଦ୍ର ସ୍ଥାପନ କରାଯାଇ ୬୨ ହଜାରରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରାଯାଉଛି । ଅନୁଭବ କେନ୍ଦ୍ରରେ ୫୪ହଜାରରୁ ଅଧିକ ଗ୍ରାହକ ପହଞ୍ଚôଥିବାବେଳେ ୧୫ ହଜାରରୁ ଅଧିକ ସମସ୍ୟାର ସମାଧାନ ହୋଇଛି । ତନ୍ମଧ୍ୟରେ ୧୫ଶହରୁ ଅଧିକ ମିଟର ପରିବର୍ତ୍ତନ ଏବଂ ୧୭ଶହରୁ ଅଧିକ ବିଲ ସଂଶୋଧନ ଅନ୍ତର୍ଭୁକ୍ତ । ଅନୁଭବ କେନ୍ଦ୍ର ଯୋଗୁଁ ୪୩ଶହରୁ ଅଧିକ ପାଇଁ ଟାଟା ପାୱାର ଆପ୍ ଡାଉନ୍ଲୋଡ଼ ହୋଇପାରିଛି । ପାଇଁ ଟାଟା ପାୱାର ଆପ୍ ସହଜରେ ବିଦୁ୍ୟତ ଯୋଗାଣ ଓ ସେବା ସମ୍ପର୍କିତ ସୂଚନା ପ୍ରଦାନ କରୁଛି । ଟିପିଏନ୍ଓଡିଏଲ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାସ୍କର ସରକାର କହିଛନ୍ତି ଯେ ଗ୍ରାହକସେବାକୁ ଟିପିଏନ୍ଓଡିଏଲ୍ ଅଗ୍ରାଧିକାର ଦେଉଛି । ଭରସା ଯୋଗ୍ୟ ଓ ଗ୍ରାହକ ସନ୍ତୁଷ୍ଟିରେ ଉନ୍ନତି ଆଣିବା ଲାଗି ପୁରୁଣା ଭିତ୍ତିଭୂମିରେ ଉନ୍ନତି, ପ୍ରତିଷେଧ ମୂଳକ ରକ୍ଷଣାବେକ୍ଷଣ, ଗ୍ରାହକ ସେବାକେନ୍ଦ୍ର ପରି·ଳନା ଏବଂ ଅଭିନବ ସମାଧାନ ବିକାଶ ଭଳି ବହୁପ୍ରକାର ଉଦ୍ୟମ ଗ୍ରାମାଞ୍ଚଳରେ କରାଯାଉଛି । ନିଜ ସମସ୍ୟାର ସମାଧାନ ଲାଗି ଯେକୌଣସି ଗ୍ରାହକ ୧୮୦୦-୩୪୫୬-୭୧୧୮/୧୯୧୨ରେ କଲ କରିପାରିବେ କିମ୍ବା ନୂଆସଂଯୋଗ ପାଇଁ ୭୪୧୧୭୭୯୭୯୧ରେ ମିସ୍କଲ କରିପାରିବେ ବୋଲି ଟିପିଏନ୍ଓଡିଏଲ୍ ପକ୍ଷରୁ କୁହାଯାଇଛି ।
