ବାଲେଶ୍ୱର-୨୮/୦୯ : କବିବରଙ୍କ ୧୭୫ତମ ଜୟନ୍ତୀ ତାଙ୍କ ବାସସ୍ଥଳ ଉପରେ ଗଢ଼ି ଉଠିଥିବା ଶ୍ରୀରାମଚନ୍ଦ୍ର ସଂସ୍କୃତ ମହାବିଦ୍ୟାଳୟରେ ରେବତୀର ସାଂପାଦିକା ତଥା ପରିଷଦର ସଭାପତି ସୁବାସିନୀ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିିତ ହୋଇଯାଇଛି । ଉତ୍ସବରେ ଉଦ୍ଘାଟକ ଭାବେ ଯୋଗଦେଇ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ୧୭୫ ତମ ଜୟନ୍ତୀରେ ଉପସ୍ଥାପିତ ପ୍ରସ୍ତାବମାନ ପଠାଇଲେ ବିଭାଗ ପକ୍ଷରୁ ତାହାର ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଟମ କକାଙ୍କ କୁଟୀରର ଶାଣିତ ସ୍ୱର ଯେଭଳି ଆମେରିକାର ଦାସତ୍ୱ ଲୋପ କରିଥିଲା, ସେହିପରି ଓଡ଼ିଆ ସାହିତ୍ୟରେ ରାଧାନାଥ, ଦୀନକୃଷ୍ଣ, ଲକ୍ଷ୍ମୀକାନ୍ତ ମହାପାତ୍ର, ଗଙ୍ଗାଧର ଓ ଫକୀରମୋହନଙ୍କ ଲେଖାର ଶାଣିତ ସ୍ୱର ସମାଜର ପରିବର୍ତ୍ତନର ଜାଗରଣ ସୃଷ୍ଟି କରିଛି ବୋଲି କହିଥିଲେ । ମୁଖ୍ୟଅତିଥିô ଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ବିଶ୍ୱବିଦ୍ୟାଳୟରେ ରାଧାନାଥଙ୍କ ଚେୟାର ପ୍ରତିଷ୍ଠା ସହ ସାହିତ୍ୟ ସାରଣୀ ପାଇଁ ଦାବି ଉପସ୍ଥାପନ କରିଥିଲେ । ପୌରାଧ୍ୟକ୍ଷା ସବିତା ସାହୁ, ଓଡ଼ିଶା ସାହିତ୍ୟ ଏକାଡ଼େମୀ ସଦସ୍ୟ କାଳୀପଦ ପଣ୍ଡା ଓ ଅଧ୍ୟକ୍ଷା ଲାବଣ୍ୟ ମହାନ୍ତି କବିବରଙ୍କ ଉପରେ ରାଜ୍ୟ ସ୍ତରୀୟ ପୁରସ୍କାର ପ୍ରଦାନ ଓ ପ୍ରତିମୂର୍ତ୍ତି ସ୍ଥାପନା ପାଇଁ ଦାବି କରିଥିଲେ । ଏହି ଅବସରରେ ପ୍ରଫେସର ଡ. ହରିଶ୍ଚନ୍ଦ୍ର ବେହେରା, ଡ. ଶିରୀଶ ଚନ୍ଦ୍ର ଜେନା ଓ ମଣୀନ୍ଦ୍ର ମେହେରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ରାଧାନାଥ ଓ ଗଙ୍ଗାଧରଙ୍କ ଦାୟାଦ ଯଥାକ୍ରମେ ଶୁଭେନ୍ଦୁ କୁମାର ରାୟ ଓ ମଣୀନ୍ଦ୍ର ମେହେରଙ୍କ, ରାଧାନାଥଙ୍କ କବିତା ଓ ରାଧାନାଥ ଓ ଗଙ୍ଗାଧର ପୁସ୍ତକ ଲୋକାର୍ପିତ ହୋଇôଥଲା । ପ୍ରଫେସର ମେହେର ରାଧାନାଥଙ୍କ ୧୭୫ ତମ ଜୟନ୍ତୀ ଓଡ଼ିଶା ସାରା ପାଳନ ଓ ତାଙ୍କ ବାସଗୃହକୁ ଜାତୀୟ ସଂପତ୍ତି ଭାବେ ଘୋଷଣା କରାଯିବାକୁ ଦାବି କରିôଥଲେ । ସଂପାଦକ ଅଧ୍ୟାପକ କମଳାକାନ୍ତ ଦାଶ ପରିଷଦର ବିବରଣୀ ଦେବା ସହ ରାଧାନାଥ ହଲ୍ ସଂପୂର୍ଣ୍ଣ ପାଇଁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଯୁଗ୍ମ ସଂପାଦକ ସଂଜୟ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ଡ. ହୃଷିକେଶ ସାହୁ, ଡ. ନିରଞ୍ଜନ ଦାଶ ଓ ଡ. ଶରତ ଚନ୍ଦ୍ର ମିଶ୍ର ମାନପତ୍ର ପାଠ କରିଥିଲେ । କଲ୍ୟାଣୀ ନନ୍ଦ ଓ ସାଥୀ କବିବରଙ୍କ ସର୍ବେଷାଂ ନୋ ଜନନୀ ସଂଗୀତ ଗାନ କରିଥିଲେ । ଶରତ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ଶତାଧିକ ସାହିତି୍ୟକ ଯୋଗ ଦେଇଥିଲେ
