Odisha news

ରସାଳପୁର ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ଆୟୁଷ ବିଦ୍ୟାଳୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ

0

ବାଲେଶ୍ୱର-୦୬/୦୯ : – ରସାଳପୁର ଉଚ୍ଚ ଇଂରାଜୀ ବିଦ୍ୟାଳୟରେ କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରାଳୟ ଏବଂ ଓଡ଼ିଶା ସରକାର ଆୟୁଷ ନିଦେ୍ର୍ଦଶାଳୟ ଦ୍ୱାରା ମିଳିତ ପ୍ରଯୋଜନାରେ ପ୍ରତିଷ୍ଠିତ ଆୟୁଷ ଗ୍ରାମ କୁଅଁରପୁର ବାଲେଶ୍ୱରର ଆୟୁଷ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଦ୍ୟାଳୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । କାର୍ଯ୍ୟକ୍ରମଟିକୁ ଜିଲ୍ଲା ଆୟୁର୍ବେଦିକ ଚିକିତ୍ସାଧିକାରୀ ଡା. ଅଜୟ କୁମାର ସେଣ୍ଡ ଉଦ୍ଘାଟନ କରି ଆୟୁଷ ସମ୍ବନ୍ଧରେ ସରକାରଙ୍କ ବିଭିନ୍ନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ତଥା ଆୟୁଷକୁ ଲୋକାଭିମୁଖି କରିବା ନିମନ୍ତେ ସରକାରଙ୍କର ପ୍ରୟାସକୁ ପ୍ରଶଂସା କରିଥିଲେ । ମୁଖ୍ୟ ଅତିଥିଭାବେ ଜିଲ୍ଲା ହୋମିଓପ୍ୟାଥିକ ଚିକିତ୍ସାଧିକାରୀ ଡା. ପ୍ରେମଲତା ବେହେରା ଯୋଗଦେଇ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆୟୁଷର ଉଲ୍ଲେଖନୀୟ ଅବଦାନ ସଂପର୍କରେ ଅବଗତ କରାଇଥିଲେ । ପ୍ରାରମ୍ଭରେ ଜିଲ୍ଲା କାର୍ଯ୍ୟାଳୟର ପୂର୍ବତନ ବିଭାଗୀୟ ଅଧିକାରୀ ହିମାଂଶୁ ଶେଖର ଦାସ ଆୟୁଷ ଗ୍ରାମ ଅନ୍ତର୍ଗତ ବିଦ୍ୟାଳୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସମ୍ବନ୍ଧରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ ଅତିଥିପରିଚୟ କରାଇଥିଲେ । ଯୋଗ ପ୍ରଶିକ୍ଷକ ମନୋଜ କୁମାର ଦେଙ୍କ ଦ୍ୱାରା ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଯୋଗ ଶିକ୍ଷା ପ୍ରଦାନ କରିବା ସଂଗେସଂଗେ ସୁସ୍ଥ ଜୀବନ ଯାପନ କରିବା ପାଇଁ ଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଡା. ସମୀର ଛାଟୋଇ, ଡା. ସ୍ୱରୂପ କୁମାର ପଟ୍ଟନାୟକ, ଡା. ତପସ୍ୱିନୀ ମିଶ୍ର, ଡା. ସ୍ୱାତିଲୀନା ହାଁସଦା, ଡା. ସାଏଦ୍ ମୋଜାମିଲ ଅଲ୍ଲି ପ୍ରମୁଖ ସ୍ୱାସ୍ଥ୍ୟ ସଚେତନତା, ଔଷଧୀୟ ବୃକ୍ଷର ବ୍ୟବହାର ଓ ଉପକାରିତା ଏବଂ କୈଶୋର ବୟସରେ ସ୍ୱାସ୍ଥ୍ୟର ଯନô ତଥା ଆହାର ଓ ବିହାର ସମ୍ବନ୍ଧରେ ଜ୍ଞାନ ପ୍ରଦାନ କରିବା ସଙ୍ଗେସଙ୍ଗେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ସ୍ୱାସ୍ଥ୍ୟପରୀକ୍ଷା କରି ଆବଶ୍ୟକୀୟ ଔଷଧ ବିତରଣ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ଶତପଥୀ ଓ ନିମନ୍ତ୍ରିତ ଅତିଥି, ରସାଳପୁର ମହାବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ଭାଗିରଥି ପଣ୍ଡା ଛାତ୍ରଛାତ୍ରୀମାନଙ୍କୁ ପ୍ରାକୃତିକ ଚିକିତ୍ସା ମାଧ୍ୟମରେ ସୁସ୍ଥ ରହିବାର ମାର୍ଗଦର୍ଶନ କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅତିଥି, ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ବିଦ୍ୟାଳୟ ପ୍ରାଙ୍ଗଣରେ ଔଷଧୀୟ ବୃକ୍ଷରୋପଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟମାନେ ସହଯୋଗ କରିଥିଲେ

Nalco
Leave A Reply