ବାଲେଶ୍ୱର-୨୫/୦୮: ଓଡ଼ିଆ ଭାଷା ବିକାଶ ଆନେ୍ଦାଳନ ତରଫରୁ ଶୁଦ୍ଧଲିଖନ ଓ ବର୍ଣ୍ଣବୋଧ ସଂପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ସଭାପତି ଡ. ହରିଶ୍ଚନ୍ଦ୍ର ବେହେରାଙ୍କ ପୋ÷ରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗବେଷକ ତଥା ବ୍ୟାକରଣବିତ୍ ନିରଂଜନ ସାହୁ ଅତିଥି ଭାବରେ ଯୋଗଦେଇ ଓଡ଼ିଆ ବ୍ୟାକରଣ ସଂପର୍କରେ ଅନେକ ନୂତନ ତଥ୍ୟ ପ୍ରଦାନ କରିବା ସହିତ ଆମେ ସାଧାରଣ ଭାବରେ ବହୁ ଅଶୁଦ୍ଧ ଶବ୍ଦ ବ୍ୟବହାର କରୁଥିବା ଓ ସେସବୁର ଶୁଦ୍ଧଶବ୍ଦ ବିଷୟରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ମମତା ମହାନ୍ତି ପିଲାମାନଙ୍କ ପାଇଁ ଏକ ନୂତନ ଧାରାର ବର୍ଣ୍ଣବୋଧ ପ୍ରଣୟନ କାର୍ଯ୍ୟ ଆରମ୍ଭ କରିଛନ୍ତି ଓ ତାହାର ସଂକ୍ଷିପ୍ତ ରୂପ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ବିଶିଷ୍ଟ ଗବେଷକ ଡ. ଭାଗବତ ପ୍ରସାଦ ଦାସ ନିଜ ବକ୍ତବ୍ୟରେ କହିଲେ ଯେ ସମୟ ଓ ପରିବେଶର ଦ୍ରୁତ ପରିବର୍ତ୍ତନ ସତ୍ତ୍ୱେ ମଧୁସୂଦନ ରାଓଙ୍କ ରଚିତ ବର୍ଣ୍ଣବୋଧର ପ୍ରାସଙ୍ଗିକତା ଏବେ ମଧ୍ୟ ରହିଛି । ତେଣୁ ମୂଳ ବର୍ଣ୍ଣବୋଧକୁ ପରିବର୍ତ୍ତନ କରିବାର ପ୍ରୟାସ ଆଦୌ ଗ୍ରହଣୀୟ ନୁହେଁ । ପ୍ରାରମ୍ଭରେ ଡ. ଶିରୀଶ ଚନ୍ଦ୍ର ଜେନା ଅତିଥିମାନଙ୍କୁ ମଞ୍ଚ ଆବାହନ କରିଥିବାବେଳେ ସାଧାରଣ ସଂପାଦକ ନିବାରଣ ଜେନା ଆଲୋଚନାଚକ୍ର ସଂପର୍କରେ ପ୍ରାକ୍ ବକ୍ତବ୍ୟ ପ୍ରଦାନ କରିଥିଲେ । ଶାନ୍ତିଲତା ପଣ୍ଡା ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅରୁଣା ରାୟ, ଅଞ୍ଜଳି ପଣ୍ଡା, ରାମକୃଷ୍ଣ ପତି, ପ୍ରଦୀପ ଚାଟ୍ଟାର୍ଜୀ, ଶରତ କୁମାର ମହାପାତ୍ର, ଦୀପକ କୁମାର ଦାସ ଓ ଭକ୍ତହରି ବାରିକ ପ୍ରମୁଖ ଉପସ୍ଥିତ ଥିଲେ
