Odisha news

ଆଞ୍ଚଳିକ ପରିବହନ ବିଭାଗ ତରଫରୁ ଯାନ ବାହନ ଯାଞ୍ଚ ବେଳେ ଧରା ପଡିଲେ ଦୁଇ ମଦୁଆ ଡ୍ରାଇଭର

0
ବାଲେଶ୍ବର ଜିଲ୍ଲା ଔପଦା ଥାନା ଛକ ରେ ଆଞ୍ଚଳିକ ଯାନ ବାହନ ଯାଞ୍ଚ ବେଳେ ଧରାପଡିଲେ ଦୁଇ ମଦୁଆ ଡ୍ରାଇଭର ଓ ୮ଟି ବାଇକ ଜବଦ ହେବା ସହ ବିଭାଗୀୟ ତରଫରୁ ୮୩ ହଜାର ଟଙ୍କା ଜୋରିମାନା ହୋଇଥିବାର ଜଣାଯାଇଛି । ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ଔପଦା ଥାନା ଏଏସଆଇ ସଂଗ୍ରାମ କେଶରୀ ବେହେରା, କୁଅର କିସ୍କୁ ଓ ଥାନା କର୍ମଚାରୀ ଙ୍କ ସହାୟତା ରେ ବାଲେଶ୍ବର ଆଞ୍ଚଳିକ ପରିବହନ ଟ୍ରାଫିକ ଇନ୍ସପେକ୍ଟର ସୌମେନ୍ଦ୍ର ମହାପାତ୍ର ଙ୍କ ନେତୃତ୍ୱରେ ଔପଦା ଥାନା ଛକ ରେ ୨ ଘଣ୍ଟା ଧରି ଯାନ ବାହନ ଯାଞ୍ଚ ପ୍ରକ୍ରିୟା ଜାରି ରହିଥିଲା । ଏହି ଯାଞ୍ଚ ପ୍ରକ୍ରିୟା ରେ ୧୬ଟି ବାଇକ ଓ ସ୍କୁଟି ର ଚାଲାଣ କଟାଯାଇଥିବା ବେଳେ ବାଇକ ଓ ସ୍କୁଟି ସହ  ୮ଟି  ଜବଦ ହୋଇ ଥାନା ରେ ରହିଛି । ଏହି ଯାଞ୍ଚ ରେ ମୋଟ ୮୩ ହଜାର ଟଙ୍କା ର ଫାଇନ ର ଚାଲାଣ କଟା ଯାଇଥିବା ବେଳେ ନଗଦ ୨ ହଜାର ଟଙ୍କା ଆଦାୟ ହୋଇଛି । ଏଥି ମଧ୍ୟରୁ ଦୁଇଟି ବାଇକ ର ଡ୍ରାଇଭର ମଦ୍ୟପାନ କରିଥିବାରୁ ସେମାନଙ୍କ ବିରୋଦ୍ଧ ରେ କେଶ ରୁଜ ହୋଇଛି ବୋଲି ଆଞ୍ଚଳିକ ପରିବହନ ଟ୍ରାଫିକ ଇନ୍ସପେକ୍ଟର ଶ୍ରୀ ମହାପାତ୍ର କହିଛନ୍ତି ।
Ad2
Leave A Reply