Odisha news

ଏସ୍ଆର୍ବି ସ୍ୱସ୍ତିିକ୍ ଫାଉଁଣ୍ଡେସନ୍ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

0

ବାଲେଶ୍ୱର-୦୮/୦୮ : ବର୍ଷାଋତୁରେ ସାରା ଜଗତ ଏବେ ସବୁଜିମାରେ ପରିପୂର୍ଣ୍ଣ ହୋଇଥିବାବେଳେ ବର୍ତ୍ତମାନ ସମୟରେ ଜଙ୍ଗଲ ନଷ୍ଟ ଯୋଗୁଁ ପରିବେଶ ପ୍ରଦୂଷିତ ହେବା ସହ ବର୍ଷା ଠିକ୍ଭାବେ ହୋଇପାରୁନାହିଁ । ଏଥିପାଇଁ ବୃକ୍ଷରୋପଣର ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ ଏସ୍ଆର୍ବି ସ୍ୱସ୍ତିକ୍ ପୋଭର୍ଟ ଫାଉଣ୍ଡେସନ ପକ୍ଷରୁ ବାହାନଗା ବ୍ଲକ ଅନ୍ତର୍ଗତ ସାଉଡ଼୍ ଗ୍ରାମପଞ୍ଚାୟତରେ ଥିବା ଶିବପ୍ରସାଦ ଜଗନ୍ନାଥ ତି୍ରଲୋଚନ ସରକାରୀ ହାଇସ୍କୁଲ, ବାଜଣାସ୍ଥିତ ଲାଲମୋହନ ହାଇସ୍କୁଲ, ଥାଲସଡ଼ାସ୍ଥିତ ଦାମୋଦର ହାଇସ୍କୁଲ ପରିସରରେ ·ରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଫାଉଁଣ୍ଡେସନର ଅଧ୍ୟକ୍ଷା ସଂଯୁକ୍ତା ରାଣୀ ବେହେରାଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ·ରା ରୋପଣ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ, ଗୋପାଳପୁର ତହସିଲଦାର ରାଜେନ୍ଦ୍ର ନାରାୟଣ କର, ସଂଗଠନ ପକ୍ଷରୁ ବିଜୟ ବାରିକ ,ସୁଶାନ୍ତ ପରିଡ଼ା,ସବିତା ମହାନ୍ତି, ଜ୍ୟୋତିପ୍ରକାଶ ସେଠୀଙ୍କ ସମେତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ

Leave A Reply