ବାଲେଶ୍ୱର -୩୦/୦୭ :୧୯୮୭ ମସିହାରେ କଟକ ଭିଜିଲାନ୍ସ ପକ୍ଷରୁ ରୁଜୁ ହୋଇଥିବା ଏକ ମାମଲାର ବି·ର କରି ବାଲେଶ୍ୱର ଭିଜିଲାନ୍ସ ତଥା ସ୍ପେଶାଲ ଜଜ୍ ମାନ୍ୟବର ଶିଖାରାଣୀ ରଥ ଅଭିଯୁକ୍ତ ଅବସରପ୍ରାପ୍ତ ୱେଲଫେୟାର ଏକ୍ସଟେନସନ୍ ଅଫିସର ହୃଷିକେଶ ମଲ୍ଲିକଙ୍କୁ ଦୋଷୀ ସାବ୍ୟସ୍ତ କରି ଜେଲ ଦଣ୍ଡ ସହ ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି । ଘଟଣାରୁ ପ୍ରକାଶ ଅବିଭକ୍ତ କଟକ ଜିଲ୍ଲା ଆଳିଥାନା ଅହମ୍ମଦପୁର ଗ୍ରାମର ସ୍ୱର୍ଗତଃ ଶ୍ରୀଧର ମଲ୍ଲିକଙ୍କ ପୁତ୍ର ହୃଷିକେଶ ମଲ୍ଲିକ ଅବିଭକ୍ତ ବାଲେଶ୍ୱର ଜିଲ୍ଲା ତିହିଡ଼ି ବ୍ଲକରେ ୱେଲଫେୟାର ଏକ୍ସଟେନସନ ଅଫିସର ଭାବେ କାର୍ଯ୍ୟ କରୁଥିବା ବେଳେ ପି୍ର ମେଟ୍ରିକ୍ ସ୍କଲରସିପ୍ ବାବଦ ହରିଜନ ଆଦିବାସୀ ଛାତ୍ରଛାତ୍ରୀଙ୍କ ଟଙ୍କାକୁ ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଥିଲା । ଏବାବଦରେ କଟକ ଭିଜିଲାନ୍ସ ପକ୍ଷରୁ ଇନ୍ସ୍ପେକ୍ଟର ଏମ୍ ଏମ୍ ମହାପାତ୍ର ଘଟଣାର ତଦନ୍ତ କରି ଶ୍ରୀ ମଲ୍ଲିକଙ୍କ ବିରୋଧରେ କେଶ ନମ୍ବର ୦୨ ତାରିଖ ୦୨/୦୧/୧୯୮୭ ମୂଳେ ଦୁର୍ନୀତି ନିବାରଣ ଆଇନର ବିଭିନ୍ନ ଧାରାରେ ମାମଲା ରୁଜୁ କରିଥିଲେ । ପରବର୍ତ୍ତୀ ସମୟରେ ଏହି ମାମଲାଟି ଟି.ଆର୍. ନମ୍ବର୪୯୮/୨୦୦୭ ମୂଳେ ବି·ରାଧିନ ଥିଲା । ଆଜି ଏହି ମାମଲାର ରାୟ ପ୍ରକାଶ ପାଇବା ସହ ଅଭିଯୁକ୍ତ ହୃଶିକେଶ ମଲ୍ଲିକଙ୍କୁ ଜେଲଦଣ୍ଡ ସହ ଅର୍ଥଦଣ୍ଡରେ ଦଣ୍ଡିତ କରାଯାଇଛି । ଏହି ମାମଲାରେ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ସେକ୍ ହାଜିରୁଦ୍ଦିନ୍ ମୋକଦ୍ଦମା ପରି·ଳନା କରୁଥିଲେ ।
