ବାଲେଶ୍ୱର-୧୭/୦୭ : ଅଗ୍ରଣୀ ସଂଗଠନ ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ସଂଘ ଗୃହରେ ସଂଘର ଉପସଭାନେତ୍ରୀ ପୁଷ୍ପଲତା ମହାନ୍ତିଙ୍କ ପୌରୋହିତ୍ୟରେ ଏକ ଆଧ୍ୟାମିôକ ଆଲୋଚନାରେ ପ୍ରଜାପିତା ବ୍ରହ୍ମାକୁମାରୀ ଅନୁଷ୍ଠାନର ପ୍ରବକ୍ତା କୁମାରୀ ଶୁଭଶ୍ରୀ ଏକ ଭକ୍ତିପୂତ ପରିବେଶ ମଧ୍ୟରେ ଆଲୋଚନା ଆରମ୍ଭ କରି ଅଶାନ୍ତ ପରିବେଶରେ ଶାନ୍ତ ବାତାବରଣ ସୃଷ୍ଟି କରିବା, ବିଜ୍ଞାନର ପରିସ୍ଫୁଟନ, ଦୁର୍ବଳ ହୃଦୟର ଏକାଗ୍ରତା ଓ ପରିଚାଳନା କରିବାର ମାର୍ଗଦର୍ଶନ ସମ୍ପର୍କରେ ବୁଝାଇଥିଲେ । ଅନ୍ୟତମ ପ୍ରବକ୍ତା ବ୍ରହ୍ମା କୁମାରୀ ମିନତୀ ମଧ୍ୟ ଏକ ସାରଗର୍ଭକ ଭାଷଣ ଦେଇ ପରମାତ୍ମାଙ୍କ ସହ ମନର କଥା କହି ନିଜକୁ ତାଙ୍କ ସହ ବିଲୀନ କରିବା, ସଂସାରକୁ ପ୍ରେରିତ କରିଥିବା ସର୍ବଶକ୍ତିମାନଙ୍କୁ ହୃଦୟରେ ପ୍ରତ୍ୟେକ ସମୟରେ ସ୍ମରଣ କରିବା, ଦୀପଂ ଜ୍ୟୋତି ପରଂବ୍ରହ୍ମ ଓ ସତ୍ୟମ୍ ଶିବମ୍ ସୁନ୍ଦରମ୍ ସଂପର୍କରେ ଆଲୋଚନା କରିଥିଲେ । ରାଜଯୋଗର ଏକ ସଂକ୍ଷିପ୍ତ କର୍ମଶାଳା ମାଧ୍ୟମରେ ଉପସ୍ଥିତ ସମସ୍ତ ସଭ୍ୟସଭ୍ୟାମାନଙ୍କୁ ଅନୁଭୂତି ପ୍ରଦାନ କରାଯାଇଥିଲା ।
କ୍ରୋଧ, ଅଶାନ୍ତି ପରିତ୍ୟାଗ କରି ରାଜଯୋଗର ଅନୁସରଣ କରି ସମସ୍ତ ପରିସ୍ଥିତିକୁ ସାମନା କରିବାର ଉପାୟ ଅତ୍ୟନ୍ତ ସାବଲୀଳ ଭାଷାରେ ବର୍ଣ୍ଣନା କରିଥିଲେ । ମୋବାଇଲ୍ ଚାର୍ଯ କରିବା ପରି ପ୍ରତ୍ୟେକଦିନ ଯୋଗ ଅଭ୍ୟାସ କରି ସମସ୍ତଙ୍କର ସୁଖଶାନ୍ତିକୁ ଆହ୍ୱାନ କରିବାକୁ ପରାମର୍ଶ ଦେଇଥିଲେ । ଏହି ଭଗବତ ଆଲୋଚନାଚକ୍ରରେ ପ୍ରତିମା ପଣ୍ଡା ଅତିଥିମାନଙ୍କୁ ପରିଚୟ ପ୍ରଦାନ କରିଥିଲେ ।
ସହାୟକର ସଭାପତି ସୁରେନ୍ଦ୍ର ନାଥ ଦାସ, ସାଧାରଣ ସଂପାଦକ ବିଜୟ କୁମାର ଦାସ ଅଧିକାରୀ, ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ବନମାଳୀ ନାୟକ, ସାଧାରଣ ସଂପାଦକ ବସନ୍ତ ନାୟକ, ସୁଦର୍ଶନ ଦାସ, ଶଚୀନ୍ଦ୍ର ଦାସ, ତାରାକାନ୍ତ ନନ୍ଦ, ଦିବାକର ମହାପାତ୍ର, ସୁରେନ୍ଦ୍ର ପ୍ରସାଦ ଧଳ, ଶ୍ରୀରାମ ଦାଶ, ସୁରେନ୍ଦ୍ର ନାଏକ, ଦାମୋଦର ନାଏକ, ଯୁଧିଷ୍ଠିର ନନ୍ଦ, ସୁଜିତ୍ ଜେନା, ଅଖିଳ କୁମାର ଦାଶ, ଅକ୍ଷୟ କୁମାର ତି୍ରପାଠୀ, ଲୋକନାଥ ଆଚାର୍ଯ୍ୟ, ଅକ୍ଷୟ କର, ଲମ୍ବୋଦର ଗିରି, କ୍ଷେତ୍ରମୋହନ ନାୟକ, ପୁରୁଷୋତ୍ତମ ବେହେରା, ସେଖ ଆଲ୍ଲାଉଦ୍ଦିନ୍, ଭବେଶ ପଣ୍ଡା, ବସନ୍ତଲତା ପଟ୍ଟନାୟକ, ଲକ୍ଷ୍ମୀପି୍ରୟା ଜେନା, ସୁବାସିନୀ ପରିଡ଼ା, ରେଣୁକା ଜେନା, ପ୍ରଣିତା ମିଶ୍ର, ଅରୁଣା ରାୟ, ଶାନ୍ତିଲତା ମହାନ୍ତି, ଦର୍ଜିପୋଖରୀ ମହିଳା ଯୋଗକେନ୍ଦ୍ରର ସଦସ୍ୟାବୃନ୍ଦ, କାଳୀମନ୍ଦିର ଯୋଗକେନ୍ଦ୍ରର ସଦସ୍ୟବୃନ୍ଦ, ଓ ବହୁସଂଖ୍ୟକ ସଭ୍ୟସଭ୍ୟା ଯୋଗ ଦେଇଥିଲେ । ସର୍ବଶେଷରେ ଉପସଭାନେତ୍ରୀ ସାବିତ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
