Odisha news

ରାଣୀପାଟଣାରେ ମନ୍ଦିର ପ୍ରତିଷ୍ଠା ଉତ୍ସବ

0

ବାଲେଶ୍ୱର-୦୪/୦୭ : – ବାଲେଶ୍ୱର ସହରର ରାଣୀପାଟଣା ଠାରେ ଥିବା ଆରାଧ୍ୟ ଦେବୀ ମା ପରମବୈଷ୍ଣବାଣୀ ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ୩ଦିନ ଧରି ·ଲିଥିଲା । ମହିଳାମାନେ ବୁଢାବଳଙ୍ଗ ନଦୀର ବାଲିଘାଟରୁ କଳସଶୋଭାଯାତ୍ରାରେ ପାଣିଆଣିବା ପରେ ମନ୍ଦିର ପ୍ରତିଷ୍ଠାକାର୍ଯ୍ୟ କରାଯାଇଥିଲା । କେନ୍ଦ୍ରାପଡ଼ାରୁ ପଣ୍ଡିତମାନେ ଆସି ପୂଜାକାର୍ଯ୍ୟ କରିଥିଲେ । ପ୍ରତ୍ୟେକଦିନ ମନ୍ଦିରରେ ପୂଜାକାର୍ଯ୍ୟ କରାଯିବା ସହ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିବା ବେଳେ ଶେଷଦିନରେ ୬ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁମାନେ ପ୍ରସାଦ ସେବନ କରିଥିଲେ । ରାଣୀପାଟଣା ଯୁବକସଂଘର କାର୍ଯ୍ୟକର୍ତ୍ତାଙ୍କ ସମେତ ସ୍ଥାନୀୟବାସିନ୍ଦାମାନେ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି ଅବସରରେ ଶ୍ରୀକ୍ଷେତ୍ର ଭଜନ ସଂସ୍ଥା ଦ୍ୱାରା ଭଜନ ସମାରୋହର ଆୟୋଜନ କରାଯାଇଥିଲା

Nalco
Leave A Reply