Odisha news

ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଫକୀରମୋହନ ଗୋଲେଇରେ ବିକ୍ଷୋଭ

0

ବାଲେଶ୍ୱର-୦୨/୦୭  :  ରାଜସ୍ଥାନର ଉଦୟପୁର ଠାରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟକୁ କେନ୍ଦ୍ର କରି ୨ସଂଖ୍ୟାଲଘୁ ଆତତାୟୀ ଜଣେ ନିରୀହ ହିନ୍ଦୁ କହ୍ନେଇଲାଲ କୁମାରଙ୍କୁ ଯେଉଁଭଳି ଭାବେ ବେକକାଟି ହତ୍ୟାକଲେ ଓ ହତ୍ୟାସମୟର ଫୋଟକୁ ସାମାଜିକ ଗଣମାଧ୍ୟମରେ ପ୍ରସାର କଲେ ତାହା ସମଗ୍ର ହିନ୍ଦୁଜାତି ପ୍ରତି ଘୋର ଆଘାତ ସୃଷ୍ଟି କରିଛି । ଏହାଛଡ଼ା ଦେଶର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ହତ୍ୟାଧମକ ଦିଆଯାଇଛି ।

ଏହିଘଟଣାର ପ୍ରତିବାଦରେ ବିଶ୍ୱହିନ୍ଦୁ ପରିଷଦ ତରଫରୁ ଇସ୍ଲାମୀ ଜିହାଦ୍ ଓ ଆତଙ୍କବାଦ ବିରୋଧରେ ଆଜି ସନ୍ଧ୍ୟାରେ ଫକୀରମୋହନ ଗୋଲେଇଠାରେ ବିକ୍ଷୋଭ କରାଯିବା ସହ ଉକ୍ତ ୨ଜଣ ଆତତାୟୀଙ୍କୁ ଖୁବ୍ଶିଘ୍ର ଫାଶିଦଣ୍ଡ ଦିଆଯିବାକୁ ଦାବି କରାଯାଇଥିଲା ।

ବିଶ୍ୱହିନ୍ଦୁ ପରିଷଦ କଲିକତା କ୍ଷେତ୍ରର ସଂଗଠନ ମନ୍ତ୍ରୀ ଗୌରୀପ୍ରସାଦ ରଥ,ସଂଜୟ ମହାପାତ୍ର,ଆଲୋକ କୁମାର ପଣ୍ଡା, ପ୍ରଶାନ୍ତ ନାୟକ,ନଗର ବଜ୍ରଙ୍ଗଦଳ ସଂଯୋଜକ ରାକେଶ ସାହା, ରଜନୀକାନ୍ତ ଶତପଥି, ଭାଗ୍ୟରଂଜନ ନାୟକ, ବଳଭଦ୍ର ଶତପଥି, ଦୁର୍ଗାବାହିନୀର ନଗର ସଂଯୋଜିକା ହେମଲତା ସାହୁଙ୍କ ନେତୃତ୍ୱରେ ଆୟୋଜିତ ବିକ୍ଷୋଭରେ ଗୋବିନ୍ଦ ଦାସ, ଗୋପାଳ ନାୟକ, ମାନସ ରଂଜନ ବେହେରା, ଶୋଭନା ମହାନ୍ତି, ସୀତାକାନ୍ତ ସ୍ୱାଇଁ, ବିକାଶ ପାଢୀ, ବିନୋଦ ନାୟକ, ଆତିଶ୍ ମହାନ୍ତି ପ୍ରମୁଖ ସାମିଲ ଥିଲେ ।

Nalco
Leave A Reply