ବାଲେଶ୍ୱର : ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କର ଅଯୋଧ୍ୟାରେ ମନ୍ଦିର ନିର୍ମାଣ ଉଦ୍ଘାଟନୀ ଉତ୍ସବରେ ସମଗ୍ର ଭାରତବର୍ଷର ବିଭିନ୍ନ ଅଞ୍ଚଳରେ ଥିବା ପବିତ୍ର ଓ ପୂର୍ଣ୍ଣ୍ୟ ତୀର୍ଥରୁ ମାଟି ଓ ପାଣି ସଂଗ୍ରହ କରାଯାଉଛି ।
ଏ ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକରେ ଅବସ୍ଥିତ ବଳଙ୍ଗ, ଗଙ୍ଗାହାର ଓ ସୋନ ନଦୀର ସଙ୍ଗମସ୍ଥଳ ଆଦ୍ୟ ଓ ଗୁପ୍ତ ତି୍ରବେଣୀ ତୀର୍ଥର ପାଣି, ମାଟି ଓ ବାଲି ଶୁକ୍ରବାରଦିନ ପୂର୍ବାହ୍ନ ୧୦ ଘଟିକା ସମୟରେ ବାବାଜୀ ଦୟାନନ୍ଦ ଦାସ ମହାରାଜଙ୍କ ପୌରୋହିତ୍ୟରେ ତ୍ରିବେଣୀ ସଙ୍ଗମସ୍ଥଳରୁ ସଂଗ୍ରହ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମକୁ ପରିଷଦର ସଭାପତି ପର୍ଶୁରାମ ବେହେରା, ସମ୍ପାଦକ ନବକୁମାର ଦାସ ପରିଚାଳନା କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ଶିଳ୍ପୀ କେଶୁ ଦାସ, ସହ ସମ୍ପାଦକ ନିରଂଜନ ଗିରି, ପରିକ୍ଷୀତ ଗିରି, ସବିତା ଗିରି, କୈଳାସ ଦାସ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ ।