ବାଲେଶ୍ୱର-୨୦/୦୬: -ବାଲେଶ୍ୱର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦତାତ୍ରୟ ଭାଉସାହେବ ସିନେ୍ଦ ଆଜି ପୂର୍ବାହ୍ନରେ ଦାୟିତ୍ୱ ଗ୍ରହଣ କରିଛନ୍ତିା ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଆଜି ସେ ବିଦାୟୀ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ ।
୨୦୧୬ ବ୍ୟାଚ୍ର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ସିନେ୍ଦ ଏହା ପୂର୍ବରୁ ବାଲିଗୁଡା ଉପଜିଲ୍ଲାପାଳ, ବ୍ରହ୍ମପୁର ଉପଜିଲ୍ଲାପାଳ ଓ ଗଞ୍ଜାମ ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଦଶକ ଭାବେ କାର୍ଯ୍ୟ କରିଛନ୍ତି । ଦତାତ୍ରୟ ଭାଉସାହେବ ସିନେ୍ଦ ମହାରାଷ୍ଟ୍ର ରାଜ୍ୟ ଅହମଦନଗରର ବାସିନ୍ଦା ହୋଇଥିବା ବେଳେ ସେ ଇତିହାସରେ ସ୍ନାତକ ଡିଗ୍ରୀ ଲାଭ କରିଛନ୍ତି ।
କାର୍ଯ୍ୟରେ ଯୋଗଦାନ ପରେ ପରେ ଅତିରିକ୍ତ ଜିଲ୍ଲାପାଳ ଭବେଶ କୁମାର ନାୟକ, ନୀଲୁ ମହାପାତ୍ର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଦଶକ ରବୀନ୍ଦ୍ର କୁମାର ସାହୁଙ୍କ ସମେତ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହିତ ସ୍ୱାଗତ ଜଣାଇଥିଲେ । ଏହା ପରେ ଜିଲ୍ଲାପାଳ ସିନେ୍ଦ ଆଜି ସୋରରେ ଅନୁଷ୍ଠିତ ମିଳିତ ଜନଶୁଣାଣିରେ ଯୋଗ ଦେଇ ଜନସାଧାରଣଙ୍କ ଆପତ୍ତି, ଅଭିଯୋଗ ଶୁଣିଥିଲେ । ଜିଲ୍ଲାର ବିକାଶମୂଳକ କାର୍ଯ୍ୟକୁ ଆଗେଇ ନେବା ପାଇଁ ସେ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି
