Odisha news

ବି୍ରଜ ରାସ୍ତାର ମରାମତି ପାଇଁ ରେଳବିଭାଗ ଅଧିକାରୀଙ୍କ ଅନୁଧ୍ୟାନ

0

ବାଲେଶ୍ୱର-୨୭/୦୫: ହଳଦୀପଦା ଖଣ୍ଡାହାର ଠାରେ ଥିବା ରେଲୱେ କ୍ରସିଂ ନମ୍ବର-୭୧ କୁ ସଂଲଗ୍ନ ହୋଇଥିବା ବି୍ରଜର ମରାମତି କରିବା ପାଇଁ ରେଳ ବିଭାଗକୁ ଅନୁରୋଧ କରାଯାଇ ଥିଲା । ଏହି ଅନୁରୋଧ ଉପରେ ରେଳବାଇ ଡିଆର୍ଏମ୍ଙ୍କ ନିଦେ୍ର୍ଦଶରେ ରେଳବିଭାଗର ଅଧିକାରୀମାନେ ଉକ୍ତସ୍ଥାନକୁ ନିରୀକ୍ଷଣ କରି ବି୍ରଜ୍ର ମରାମତି କରିବା ପାଇଁ ସହମତି ପ୍ରକାଶ କରିଛନ୍ତି । ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ମାନସ କୁମାର ଦତ୍ତଙ୍କ ସହ ହଳଦୀପଦା ଗ୍ରାମବାସୀଙ୍କ ଏକ ପ୍ରତିନିଧି ଦଳ ଏହି ବ୍ରିଜକୁ ଲାଗିଥିବା ଗ୍ରାମ ଉନ୍ନୟନ ବିଭାଗ ରାସ୍ତା ମରାମତି ପାଇଁ ଅନୁରୋଧ କରିଥିଲେ ।

ଏହି ବି୍ରଜ୍ଟି ଅତ୍ୟନ୍ତ ସରୁଆ ହୋଇଥିବାରୁ ସେଠାରେ ବାରମ୍ବାର ଦୁର୍ଘଟଣା ଘଟୁଛି । ଗ୍ରାମବାସୀ ଓ ଶ୍ରୀ ଦତ୍ତଙ୍କ ମିଳିତ ଅଭିଯୋଗ ମୂଳେ ରେଳବାଇ କର୍ତ୍ତୃପକ୍ଷ ଏବାବଦରେ ନିରୀକ୍ଷଣ କରିବା ସହ ବି୍ରଜ୍ ଓ ରାସ୍ତା କାର୍ଯ୍ୟ ଅବିଳମ୍ବେ ଆରମ୍ଭ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ଏହି କାର୍ଯ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ମଧ୍ୟ ସହଯୋଗ କରିବ ବୋଲି ଜଣାପଡ଼ିଛି । ରେଳବାଇ କର୍ତ୍ତୃପକ୍ଷଙ୍କ ନିରୀକ୍ଷଣ ସମୟରେ ସେଠାରେ ପଞ୍ଚାୟତ ସଭାପତି ବିଜୟ ସାହୁଙ୍କ ସମେତ ଭାଜପା ନେତା ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ, ବାବୁଲା ଦାସ, ନରେନ୍ଦ୍ର ବର,ଗୋପାଳ ବର, ଅଭିମନୁ୍ୟ ମଣ୍ଡଳ, ଦୁଃଖିଶ୍ୟାମ ଜେନା, ମଧୁସୂଦନ ସେଠୀ, କିଶୋର ସାହୁ, ଜିତେନ୍ ଜେନା, ଲକ୍ଷ୍ମୀଧର ଜେନା, ନୀଳକଣ୍ଠ ବର, ଗୋପାଳ ଚନ୍ଦ୍ର ବର ପ୍ରମୁଖ ଉପସ୍ଥିତ ଥିଲେ

IEC 2 years
Leave A Reply