ବାଲେଶ୍ୱର-୨୨/୦୫ : ବାଲେଶ୍ୱର, ଭଦ୍ରକ ଓ ମୟୁରଭଂଜ ଜିଲ୍ଲାର ମୋଟ ୨୨ଟି ନର୍ବାଚନ ମଧ୍ୟରୁ ୧୪ଟି ନିର୍ବାଚନ ମଣ୍ଡଳୀ ବିଜୁ ଜନତାଦଳ ଅଧିନରେ ରହିଛି । ଗତ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନରେ ବିଜୁ ଜନତା ଦଳ ଯେପରି ଭାବେ ସଫଳତା ପାଇଲା ସେହି ସଫଳତା ଯେପରିଭାବେ ଆଗାମୀ ସମବାୟ ନିର୍ବାଚନରେ ପ୍ରତିଫଳିତ ହେବ ସେ ଦିଗରେ ସମସ୍ତେ ଉଦ୍ୟମ କରିବା ଉଚିତ ବୋଲି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆହ୍ୱାନ ଦେଇଛନ୍ତି । ସ୍ଥାନୀୟ ଭେନିୟା ପାରାଡାଇଜ୍ ପରିସରରେ ବାଲେଶ୍ୱର, ଭଦ୍ରକ,ମୟୁରଭଂଜ ଜିଲ୍ଲାର ନେତୃବୃନ୍ଦଙ୍କୁ ନେଇ ବିଜୁ ଜନତାଦଳ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ।
ବାଲେଶ୍ୱର ଜିଲ୍ଲା ବିଜୁ ଜନତାଦଳ ସଭାପତି ତଥା ରାଜ୍ୟ ସମବାୟ ନିର୍ବାଚନ ପରି·ଳନା କମିଟିର ସଦସ୍ୟ ରବିନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି,ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ,ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ,ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ସୋର ବିଧାୟକ ପର୍ଶୁରାମ ଧଡ଼ା, ମୋରଡ଼ା ବିଧାୟକ ରାଜକିଶୋର ଦାସ, କରଞ୍ଜିଆ ବିଧାୟକ ବାସନ୍ତୀ ହେମ୍ବ୍ରମ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଦ୍ରକ ସଦର ବିଧାୟକ ସଂଜୀବ ମଲ୍ଲିକ,ପୂର୍ବତନ ସାଂସଦ ସରୋଜିନୀ ହେମ୍ବ୍ରମ, ବାଲେଶ୍ୱର ଜିଲ୍ଲାପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ସୁଦର୍ଶନ ଜେନା, ଭଦ୍ରକଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ, ମହିଳା ବିଜେଡ଼ିର ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁବାଷିନୀ ଜେନା,ଯୁବ ବିଜେଡ଼ିର ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁଭେନ୍ଦୁ ଦାସ ମଙ୍ଗରାଜ, ନୀଳଗିରିର ବିଜେଡ଼ି ନେତା ସନ୍ତୋଷ ଖଟୁଆଙ୍କ ସମେତ ୩ ଜିଲ୍ଲାର ସମବାୟ ବିତ୍ ଓ ଦଳର ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହି ଆଗାମୀ ସମବାୟ ନିର୍ବାଚନରେ ସମସ୍ତେ ଏକଜୁଟ ହୋଇ ବିଜୁ ଜନତା ଦଳର ପ୍ରାର୍ଥୀମାନଙ୍କୁ ଜିତାଇବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାକୁ ଆହ୍ୱାନ ଦେଇଥିଲେ । ଶେଷରେ ସମବାୟବିତ୍ ତଥା ବାଲେଶ୍ୱର ନିର୍ବାଚନ ପରି·ଳନା କମିଟି ସଦସ୍ୟ ଅଜୟ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।