ବୈଶିଙ୍ଗା–୨/୯– ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ଖଇରିବଣି ଠାରେ ଆଜି ଅପରାହ୍ନରେ ଏକ ଲୁହା ବୋଝେଇ ଟ୍ରଲର ଏକ ସ୍କୁଟି ଟିକୁ ଧକ୍କା ଦେବା ଫଳରେ ସ୍କୁଟି ଆରୋହୀ ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତୀ । ଘଟଣାରୁ ପ୍ରକାଶ ଭୁରୁଭୁବଣି ଗ୍ରାମ ର ଭୀମ ଟୁଡୁ ର ପୁଅ ଶ୍ୟାମ (୨୦) ନିଜର ସ୍କୁଟି ଓଡି-୧୧ଏକ୍ସ-୬୪୩୫ ରେ ଘରକୁ ଆସୁଥିବା ବେଳେ ପଛପଟୁ ଆସୁଥିବା ଲୁହା ବୋଝେଇ ଟ୍ରଲର ଏନଏଲ-୦୧ ଏଲ-୮୧୬୦ ତାଙ୍କୁ ଧକ୍କା ଦେଇଥିଲା। ସ୍କୁଟି ଆରୋହୀ ତଳେ ପଡିଯାଇଥିବା ବେଳେ ସ୍ଥାନୀୟ ଲୋକ ଲିୟାକତ ଖାଁ ନିଜ ଅଟୋ ଯୋଗେ ବୈଶିଙ୍ଗା ଡାକ୍ତରଖାନାକୁ ନେଇ ଆସିଥିଲେ। ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରି ବାଲେଶ୍ଵର ବଡ ମେଡିକାଲକୁ ସ୍ଥାନାନ୍ତର କରିଥିବା ଜଣାଯାଇଛି।
