ବୈଶିଙ୍ଗା –୧୭/୭– ବହୁଦିନର ପ୍ରତୀକ୍ଷା ପରେ ୧୮ନଂ ଜାତୀୟ ରାଜପଥ ଉପରେ ବୈଶିଙ୍ଗା ବଜାର ମଧ୍ୟଭାଗରେ ନିର୍ମିତ ଓଭରବ୍ରୀଜ୍ ଉପରେ ଉଭୟ ପାର୍ଶ୍ଵରେ ବିଜୁଳି ଆଲୁଅ ଜଳିବା ପରେ ପୁରା ବଜାର ଓ ରାସ୍ତା ଆଲୋକମୟ ହୋଇଯାଇଛି। ଏହି ଆଲୁଅ ଜଳିବା ପଛରେ ବୈଶିଙ୍ଗା ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ଙ୍କ ଅଧିକ ଭୂମିକା ଥିବା ଜଣାଯାଇଛି। ଦୀର୍ଘ ଦିନ ଧରି ଆଲୁଅ ଖୁଣ୍ଟ ଲାଗିବା ର ଏକ ବର୍ଷ ପରେ ପରୀକ୍ଷା ମୂଳକ ଭାବେ ଜୁନ୍ ପ୍ରଥମ ସପ୍ତାହରେ ଆଲୁଅ ଜଳିଲା ସତ ମାତ୍ର ଦୁଇ ଦିନ ପରେ ବନ୍ଦ ହୋଇଯାଇଥିଲା।ଏହାପରେ ଏକ ମାସ ପର୍ଯ୍ୟନ୍ତ କାହିଁକି ଜଳିଲା ନାହିଁ ତାର ଉତ୍ତର ମିଳିନଥିଲା। ଏଥିପାଇଁ ବୈଶିଙ୍ଗା ମିଡ଼ିଆ ସେଣ୍ଟର ପକ୍ଷରୁ ଥାନାଧିକାରୀ ଙ୍କୁ ଅବଗତ କରା ଯାଇଥିଲା। ଥାନାଧିକାରୀ ଶ୍ରୀ ମିଶ୍ର ଏଥିପାଇଁ ଜାତୀୟ ରାଜପଥ ବିଭାଗ ଏବଂ ବିଦ୍ୟୁତ ବିଭାଗ ଅଧିକାରୀଙ୍କୁ ସୂଚନା ଦେବା ସହିତ ଶୀଘ୍ର ଆଲୁଅ ଜଳିବା ପାଇଁ ଚାପ ପକାଇଥିଲେ। ବିଭାଗୀୟ କର୍ମଚାରୀ ସମସ୍ତ ପରୀକ୍ଷଣ ପରେ ବିଦ୍ୟୁତ ବିଭାଗକୁ ସୂଚନା ଦେବାରୁ ଗତକାଲି ଶନିବାର ସନ୍ଧ୍ୟାରେ ଏହି ଆଲୁଳ ଜଳିଥିଲା।
