Odisha news

ସାତବର୍ଷ ପରେ ବେଆଇନ୍‌ ମଦବିକ୍ରି ମାମଲାର ୱାରେଣ୍ଟି ଚିରଫ

0

ବୈଶିଙ୍ଗା –୭/୮–ବୈଶିଙ୍ଗା ଥାନା ଅନ୍ତର୍ଗତ ଆମ୍ବଗଡ଼ିଆ ପଞ୍ଚାୟତର ଗୁଆବଣିଆ ଗ୍ରାମ ର ଭୁଜୁ ମୁର୍ମୁ (୩୬) ପିତା-ଶୁକୁଲ ମୁର୍ମୁ ଗତ ୨୦୧୫ ମସିହାରେ ଏକ ବେଆଇନ ମଦ କାରବାରରେ ସମ୍ପୃକ୍ତ ଥାଇ ପୁଲିସ କବଳରୁ ଖସି ଫେରାର ହୋଇଯାଇ ଥିଲା।ମାମଲାଟି ସାତ ବର୍ଷ ଧରି ଚାଲିଥିବା ବେଳେ ଭୁଜୁ ନାମରେ ମାନ୍ୟବର କୋର୍ଟଙ୍କ ତରଫରୁ ୱାରେଣ୍ଟ ଜାରି କରାଯାଇଥିଲା। ବୈଶିଙ୍ଗା ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଏ.ଏସ.ଆଇ ଭାଗିରଥୀ ମହାନ୍ତ ଆଜି ବୁଧବାର ମଧ୍ୟାହ୍ନରେ ଗୁଆଵଣିଆ ଗ୍ରାମରେ ଚଢ଼ାଉ କରି ଭୁଜୁ କୁ ଗିରଫ କରି ଥାନା କୁ ନେଇ ଆସିଥିଲେ। ଆସନ୍ତାକାଲି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାଯାଇଛି।

Nalco
Leave A Reply