Odisha news

ବଇଣ୍ଡା ଅଂଚଳରେ ଚର୍ଚ୍ଚାର ବିଷୟ : ଆମ୍ବବଗିଚା ରୁ ବୀରମିତ୍ରପୁର ଥାନାର ପୂର୍ବତନ ଆଇଆଇସି ଆନନ୍ଦ ମାଝୀ ଙ୍କୁ ଗିରଫକଲା କଟକ କା୍ରଇମ ବ୍ରାଂଚ

0

ଅନୁଗୋଳ :  ଅନୁଗୋଳ ଜିଲା୍ଲ ହଣ୍ଡପା ଥାନା ଅନ୍ତର୍ଗତ ଇଛାପୁର ଗ୍ରାମ ପଦ୍ମପୁର ସାହି ଠାରେ ଥିବା ଏକ ଆମ୍ବବଗିଚା ରୁ ବୀରମିତ୍ରପୁର ଥାନାର ପୂର୍ବତନ ଆଇଆଇସି ଆନନ୍ଦ ଚନ୍ଦ୍ରମାଝୀ ଙ୍କୁ ଆଜି ଅପରାହ୍ନ ରେ କଟକ କ୍ରାଇମବ୍ରାଂଚ ର ଏକ ସ୍ୱତନ୍ତ୍ର ଟିମ ଗିରଫ କରିଛି । ହଣ୍ଡପା ଥାନା ଆଇଆଇସି ଲବ ବୋଡା ଏବଂ ବଇଣ୍ଡା ପୋଲିସ ବିଟ୍ ଅଧିକାରୀ ସବ୍ ଇନିସ୍ ପେକ୍ଟର ଅରୁଣ ପଣ୍ଡା କ୍ରାଇମବ୍ରାଂଚ ଟିମ କୁ ସହଯୋଗ କରି ଥିଲେ । ବୀରମିତ୍ରପୁର ଥାନା ଅଂଚଳରେ ଘଟିଥିବା ଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ଏବଂ ଗର୍ଭପାତ ଘଟଣା ରେ ଅଭିଯୁକ୍ତ ପୂର୍ବତନ ଆଇ ଆଇ ସି ଆନନ୍ଦ ଚନ୍ଦ୍ର ମାଝୀ ଫେରାର ଥିଲେ ।

ସେ ନିଜ ଗ୍ରାମ ରେଢାଖୋଲ ଠାରେ ପହଁଚିବା ପରେ ରଣିଆକଟା ର ଜଣେ ପୂର୍ବତନ ସରପଂଚ ଏବଂ ବଇଣ୍ଡା ହାଇସ୍କୁଲ ରୋଡ ର ଜଣେ ଯୁବକ ଙ୍କ ସହାୟତାରେ ପଦ୍ମପୁର ସାହି ର କୁମୁଦ ଦେହୁରୀ ଙ୍କ ଆମ୍ବବଗିଚା ରେ ଥିବା ଏକ ଘରେ ୨ଦିନ ହେଲା ଲୁଚି ରହି ଥିଲେ । କ୍ରାଇମବ୍ରାଂଚ ଟିମ ଆଜି ରଣିଆକଟା ଏବଂ ବଇଣ୍ଡା ର ଏହି ୨ ଯୁବକକୁ ପ୍ରଥମେ ସ୍କାନର ରେ ନେଇ ତାଙ୍କ ସହାୟତାରେ ଅଭିଯୁକ୍ତ ଆନନ୍ଦ ଙ୍କୁ ଠାବ କରି ଥିଲେ । ଖବର ଲେଖାଜିବାବେଳ କୁ (ରାତି ୯ଟା) ଅଭିଯୁକ୍ତ ଆନନ୍ଦ ଙ୍କୁ ବୀରମିତ୍ରପୁର ଥାନା କୁ ନିଆଯାଇ ଥିବା ଜଣାଯାଇଛି । ଏହିଘଟଣା ଆଜି ବଇଣ୍ଡା ଅଂଚଳରେ ଚର୍ଚ୍ଚା ର ବିଷୟ ହୋଇଛି ।

Leave A Reply

Your email address will not be published.