କାର୍ତିକ ମାସ ଶୁକ୍ଲପକ୍ଷ ଚତୁର୍ଦଶୀ ରବିବାର ଦିନ ପାଳନ କରାଯିବ l ଏହି ଦିନଟିକୁ କୁହାଯାଏ ବୈକୁଣ୍ଠ ଚତୁର୍ଦଶୀ l ଏହିଦିନ ରାତିରେ ହରିହର ଙ୍କର ମିଳନ ହୋଇଥାଏ l ହରି ଅର୍ଥାତ ଭଗବାନ ବିଷ୍ଣୁ ଓ ହର ଅର୍ଥାତ ମହାଦେବ l ମାନ୍ୟତା ରହିଛି ଯେ ଏହିଦିନ ଭଗବାନ ଶିବ ବିଷ୍ଣୁ ଙ୍କୁ ସୃଷ୍ଟିର କାର୍ଯ୍ୟଭାର ଅର୍ପଣ କରିଥିଲେ l ପୌରାଣିକ ମାନ୍ୟତା ଅନୁସାରେ ଭଗବାନ ବିଷ୍ଣୁ ଚତୁର୍ମାସ ରେ ମହାଦେବ ଙ୍କୁ ବିଶ୍ୱ ବ୍ରହ୍ମାଣ୍ଡର ଦାୟିତ୍ୱ ମହାଦେବ ଙ୍କୁ ଅର୍ପଣ କରି କ୍ଷୀରସାଗରରେ ବିଶ୍ରାମ କରିବାକୁ ଯାଇ ଥାଆନ୍ତି l ଦେବ ଉତ୍ଥାନ ଏକାଦଶୀ ରେ ଯୋଗ ନିଦ୍ରାରୁ ବିଷ୍ଣୁ ଉଠିବା ପରେ ବୈକୁଣ୍ଠ ଚତୁର୍ଦଶୀ ରେ ମହାଦେବ ପୁନର୍ବାର ବିଷ୍ଣୁଙ୍କୁ ବିଶ୍ୱବ୍ରହ୍ମାଣ୍ଡର ପାଳନ ର ଦାୟିତ୍ୱ ଅର୍ପଣ କରି ଥାଆନ୍ତି l
କଣ ରହିଛି ହରି-ହର ମିଳନର ପରମ୍ପରା –
ସ୍କନ୍ଦ ପୁରାଣ, ପଦ୍ମ ପୁରାଣ ଓ ବିଷ୍ଣୁ ପୁରାଣର ବର୍ଣନା ଅନୁସାରେ କାର୍ତିକ ମାସ ଶୁକ୍ଲପକ୍ଷ ଚତୁର୍ଦଶୀ ତିଥିରେ ଭଗବାନ ଶିବ ଓ ବିଷ୍ଣୁ ଙ୍କ ମିଲ କରାଯାଇ ଥାଏ l ଏହିଦିନ ରାତିରେ ବିଷ୍ଣୁ ଓ ଶିବଙ୍କର ମିଳିତ ଭାବରେ ପୂଜା କରାଯାଇ ଥାଏ l ମାନ୍ୟତା ଅନୁସାରେ ଚାତୁର୍ମାସ ପରେ ଭଗବାନ ବିଷ୍ଣୁ ଯୋଗନିଦ୍ରା ରୁ ଉଠିବା ପରେ ମହାଦେବ ତାଙ୍କୁ ପୁନର୍ବାର ତାଙ୍କର ଦାୟିତ୍ୱ ଅର୍ପଣ କରି ଥାଆନ୍ତି l ବିଷ୍ଣୁ ଙ୍କ ନିବାସ ବୈକୁଣ୍ଠ ପୁରୀରେ ହୋଇଥାଏ, ତେଣୁ ଏହିଦିନ ବୈକୁଣ୍ଠ ଚତୁର୍ଦଶୀ ପାଳନ କରାଯାଇ ଥାଏ l
– ଏହିଦିନ ବ୍ରତ କରିବା ଖୁବ ଶୁଭ ଅଟେ l
– ଆଜିର ଦିନରେ ମହାଦେବ ଓ ବିଷ୍ଣୁଙ୍କୁ ମିଳିତ ଭାବରେ ପୂଜା କରିବା ଆବଶ୍ୟକ l
– ଏହିଦିନ ଦିବ୍ୟ ମନ୍ତ୍ର ଜପ କରିବା ଦ୍ୱାରା ଜୀବନ ର ସଙ୍କଟ ଦୂର ହୋଇଥାଏ l
– ଦିବ୍ୟ ମନ୍ତ୍ର ‘ ଓଂ ଶିବକେଶବlୟ ନମଃ ‘ ଏବଂ ‘ ଓଂ ହରିହର ନମାମ୍ୟହଂ ‘ l
– ଏହି ୨ଟି ମନ୍ତ୍ର କୁ ୧୦୮ ଥର ଜପ କରିବା ଆବଶ୍ୟକ l
– ବ୍ରତ ସମାପନ ପରେ ଅନ୍ନ ଓ ଜଳ ଦାନ କରିବା ଆବଶ୍ୟକ l
