Odisha news

ବର୍ଷୀୟାନ ନେତା ବିଜୟଶ୍ରୀ ରାଉତରାୟଙ୍କ ବିୟୋଗରେ ବୈଜୟନ୍ତ ପଣ୍ଡାଙ୍କ ଶୋକ

ଭୁବନେଶ୍ୱର : ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି୤ ସେ ଜଣେ ଦକ୍ଷ ସଂଗଠକ ଓ ଲୋକଙ୍କ ନେତା ଥିଲେ ଏବଂ ତାଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ଏକ ଅପୂରଣୀୟ କ୍ଷତି ହେବା ସହ ଏକ ଯୁଗର ଅବସାନ ହୋଇଛି ବୋଲି ଶ୍ରୀ ପଣ୍ଡା ନିଜର ଶୋକ ବାର୍ତ୍ତାରେ କହିଛନ୍ତି।

 

ବିଶେଷକରି ଭଦ୍ରକ ଜିଲ୍ଲାର ବିକାଶରେ ତାଙ୍କ ଅବଦାନ ସବୁଦିନେ ମନେରହିବ। ଶ୍ରୀ ପଣ୍ଡା ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।
Nalco

Comments are closed.