Odisha news

କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ନେତା ଅମିତ୍ ଶାହା ଆଜି କରୋନା ପଜିଟିଭ୍ ଜଣା ପଡ଼ିବା ପରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷା ବୈଜୟନ୍ତ ପଣ୍ଡା ଟ୍ବିଟ୍ ଯୋଗେ ଶ୍ରୀ ଶାହାଙ୍କ ଆରୋଗ୍ୟ କାମନା କରିଛନ୍ତି

0

କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ନେତା ଅମିତ୍ ଶାହା ଆଜି କରୋନା ପଜିଟିଭ୍ ଜଣା ପଡ଼ିବା ପରେ ଗୁରୁଗାଓଁର ମେଦାନ୍ତ ଡ଼ାକ୍ତରଖାନାରେ ଭର୍ତି ହୋଇଛନ୍ତି ।

ସେ ନିଜେ ଟ୍ବିଟ୍ କରି ଏ ସମ୍ପର୍କରେ ସୂଚନା ଦେବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ଅନୁରୋଧ କରିଛନ୍ତି । ମେଦାନ୍ତରେ ତାଙ୍କର ଚିକିତ୍ସା ଅନୁଧ୍ୟାନ ନିମନ୍ତେ ଏମ୍ସର କିଛି ଡ଼ାକ୍ତର ମଧ୍ୟ ଗୁରୁଗାଓଁ ଯାଇଛନ୍ତି ।

ଏହି ସ୍ଥିତିରେ ବିଭିନ୍ନ ଦଳର ବହୁ ନେତା ତାଙ୍କର ଆରୋଗ୍ୟକାମନା କରିଛନ୍ତି । ଏହି ଅବସରରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷା ବୈଜୟନ୍ତ ପଣ୍ଡା ଟ୍ବିଟ୍ ଯୋଗେ ଶ୍ରୀ ଶାହାଙ୍କ ଆରୋଗ୍ୟ କାମନା କରିଛନ୍ତି ।

Nalco
Leave A Reply