Odisha news

ତିର୍ତ୍ତୋଲ ବିଧାୟକ ବିଷ୍ଣୁଚରଣ ଦାସଙ୍କ ପରଲୋକରେ ବୈଜୟନ୍ତ ପଣ୍ଡାଙ୍କ ଗଭୀର ଶୋକ ପ୍ରକାଶ

0

ଭୁବନେଶ୍ୱର  :   ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ତିର୍ତ୍ତୋଲ ବିଧାୟକ ବିଷ୍ଣୁଚରଣ ଦାସଙ୍କ ପରଲୋକରେ ବୈଜୟନ୍ତ ପଣ୍ଡାଙ୍ ଗଭୀର ଶୋକ ପ୍ରକାଶ କରିଛନ୍ତି l ଜଣେ ଜନପ୍ରିୟ ନେତା ଭାବେ ସେ ଜଗତସିଂହପୁର ଅଞ୍ଚଳରେ ପରିଚିତ ।ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ୫ ଥର ବିଧାୟକ, ତିର୍ତ୍ତୋଲରେ ଥରେ ଏଭଳି ମୋଟ ୬ ଥର ବିଧାୟକ ହୋଇଛନ୍ତି।

ଏଥିସହ ସେ ତାଙ୍କର ଦୀର୍ଘ ରାଜନୈତିକ ଜୀବନରେ ୯ ମାସ ପାଇଁ ରାଜ୍ୟସଭା ସାଂସଦ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଓ ଗଣଶିକ୍ଷା ମନ୍ତ୍ରୀ ଭଳି ଅନେକ ଉଚ୍ଚ  ପଦପଦବିରେ ରହିଥିଲେ । ସେ ଜଣେ ଦକ୍ଷ ସଂଗଠକ ଥିଲେ । ମୁଁ ତାଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି । ଏଥିସହ ଶୋକସନ୍ତପ୍ତ ପରିବାରବର୍ଗ ପ୍ରତି ଗଭୀର ସମବେଦନା ଜ୍ଞାପନ କରୁଛି ।

Nalco
Leave A Reply