Odisha news

ବୈଜୟନ୍ତ ପଣ୍ଡାଙ୍କୁ ଚତୁର୍ଥ ବଡ ସଫଳତା : ବିଜେପିରେ ଯୋଗଦେଲେ କୈଳାସ ଗେହଲଟ

0

ନୂଆଦିଲ୍ଲୀ/ଭୁବନେଶ୍ବର, ୧୮|୧୧ – ପୂର୍ବତନ ଆପ୍ ନେତା ତଥା ଦିଲ୍ଲୀ ମନ୍ତ୍ରୀ କୈଳାସ ଗେହଲଟ ଗତକାଲି ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେବାପରେ ଆଜି ଆନୁଷ୍ଠାନିକ ଭାବେ ବିଜେପି ରାଷ୍ଟ୍ରୀୟ ଉପ ସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ମନୋହରଲାଲ ଖଟର, ଦିଲ୍ଲୀ ପ୍ରଦେଶ ସଭାପତି ବିରେନ୍ଦ୍ର ସଚଦେବା ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଇଛନ୍ତି| ସେ ଦିଲ୍ଲୀର ପରିବହନ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଉଥିଲେ|

ଉଲ୍ଲେଖଯୋଗ୍ୟ, ଚଳିତ ନଭେମ୍ବର ୧୦ ତାରିଖରେ ଆମ ଆଦମୀ ପାର୍ଟିର ପୂର୍ବତନ ମନ୍ତ୍ରୀ ହରସରନ ସିଂହ ବାଲି ଓ ତାଙ୍କ ପୁଅ ଗୁର୍ମିତ ସିଂହ ବାଲି ବିଜେପିରେ ଯୋଗ ଦେଇଥିବା ବେଳେ, ନଭେମ୍ବର ୧୧ ତାରିଖରେ ଆଉ ଜଣେ ପ୍ରଭାବଶାଳୀ ନେତା ରାମ ନାରାୟଣ ଭାରଦ୍ଵାଜ ଯୋଗ ଦେଇଥିଲେ| ଦିଲ୍ଲୀ ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ଆମ ଆଦମୀ ପାର୍ଟିର ବରିଷ୍ଠ ନେତାମାନେ ଦଳ ଛାଡିବା ବୈଜୟନ୍ତଙ୍କ ପାଇଁ ଆଉ ଏକ ବଡ ସଫଳତା|

IEC 2 years
Leave A Reply