Odisha news

ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଦୁବାଇରୁ ଫେରିଲା ଓଡିଆ ଯୁବକଙ୍କ ମରଶରୀର

0

ଭୁବନେଶ୍ବର, ୨୩।୧୨- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଉଦ୍ୟମରେ ଦୂବାଇରେ ଫସିଥିବା ମୃତ ଓଡିଆ ଯୁବକ ନାରାୟଣ ରାଉତଙ୍କ ମରଶରୀର ଆଜି ଓଡିଶାରେ ପହଞ୍ଚିଛି। ମରଶରୀର ଫେରାଇ ଆଣିବାପାଇଁ ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଅବଗତ କରିବା ସହ ଏକ ପତ୍ର ଲେଖି ଶ୍ରୀଯୁକ୍ତ ପଣ୍ଡା ନିବେଦନ କରିଥିଲେ।

ସୂଚନାଯୋଗ୍ୟ, କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ଚକିବାଙ୍କ ଗ୍ରାମର ପୂର୍ଣ୍ଣଚନ୍ଦ୍ର ରାଉତଙ୍କ ବଡ ପୁଅ ନାରାୟଣ ରାଉତ ୨ ବର୍ଷ ହେବ ଦୁବାଇର ଆବୁ ଧାବି ଠାରେ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ। ଗତ ୧୨ ତାରିଖରେ କୌଣସି କାରଣରୁ ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା। ମୃତ ନାରାୟଣଙ୍କ ଭାଇ ସୁଧିର କୁମାର ରାଉତ ମରଶରୀରକୁ ତାଙ୍କ ଗ୍ରାମକୁ ଫେରାଇ ଆଣିବା ପାଇଁ ଶ୍ରୀ ପଣ୍ଡାଙ୍କ ହସ୍ତକ୍ଷେପ ଳୋଡିଥିଲେ। ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରାଯାଇ ଆବଶକୀୟ କାଗଜପତ୍ର ଯୋଗାଇ ଦିଆଯାଇଥିଲା। ଶେଷରେ ଆଜି ମରଶରୀର ଓଡିଶାରେ ପହଞ୍ଚିଛି। ଭୂବନେଶ୍ବର ବିମାନ ବନ୍ଦରରେ ମରଶରୀର ପହଞ୍ଚିବା ପରେ ଶ୍ରୀଯୁକ୍ତ ପଣ୍ଡାଙ୍କ କାର୍ଯ୍ୟାଳୟ ତରଫରୁ ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ପରେ ମରଶରୀରକୁ ପରିବାର ଲୋକଙ୍କୁ ହସ୍ତାନର କରାଯାଇଥିଲା। ଶ୍ରୀଯୁକ୍ତ ପଣ୍ଡା ତ୍ବରିତ ହସ୍ତକ୍ଷେପ କରି ମରଶରୀର ଫେରାଇ ଆଣିଥିବାରୁ ପରିବାର ଲୋକ କୃତଜ୍ଞତା ଜଣାଇଛନ୍ତି।

Leave A Reply