Odisha news

ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତି ମୁତିକାଙ୍କ ବିୟୋଗରେ ବିଜପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଙ୍କ ଶୋକ

0

ଭୁବନେଶ୍ୱର,ତା.୧୨/୦୯: ପୂର୍ବତନ ଗୁଣୁପୁର ବିଧାୟକ ତଥା ରାୟଗଡା ଜିଲ୍ଲା ରାମଣାଗୁଡା ବ୍ଲକର ୨ଥର ଅଧ୍ୟକ୍ଷ ଶ୍ରୀ ରାମମୂର୍ତି ମୁତିକାଙ୍କ ବିୟୋଗରେ ବିଜପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା  ଗଭୀର ଶୋକ ବ୍ୟକ୍ତ କରିବା ସହ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି ।

୬୮ ବର୍ଷୀୟ ସ୍ୱର୍ଗତଃ ମୁତିକାଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହେବା କାରଣରୁ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଜଣେ ଅଣକଂଗ୍ରେସ ନେତା ଭାବେ ଜିଲ୍ଲା ତଥା ଦକ୍ଷିଣ ଓଡିଶାରେ ତାଙ୍କର ଖ୍ୟାତି ରହିଥିଲା । ମିଷ୍ଟଭାଷୀ ଓ ନମ୍ର ସ୍ୱଭାବର ସ୍ୱର୍ଗତଃ ମୁତିକା ଜଣେ ସଚ୍ଚୋଟ ଓ ପରୋପକାରୀ ରାଜନେତା ଭାବେ ଲୋକଙ୍କ ହୃଦୟରେ ବାସ କରିଥିଲେ ।

ସ୍ୱର୍ଗତଃ ମୁତିକାଙ୍କ ନିଧନରେ ଦୁଃଖ ପ୍ରକାଶ କରି ବିଜପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା  ଶୋକସନ୍ତପ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନା କରିଛନ୍ତି ।

 

Leave A Reply