Odisha news

ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ, ରାଜସ୍ଥାନର ପୂର୍ବତନ ରାଜ୍ୟପାଳ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା କଲ୍ୟାଣ ସିଂଙ୍କ ବିୟୋଗରେ ବୈଜୟନ୍ତ ପଣ୍ଡାଙ୍କ ଶୋକ

ନୂଆଦିଲ୍ଲୀ :ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ, ରାଜସ୍ଥାନର ପୂର୍ବତନ ରାଜ୍ୟପାଳ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା କଲ୍ୟାଣ ସିଂଙ୍କ ବିୟୋଗରେ ବୈଜୟନ୍ତ ପଣ୍ଡାଙ୍କ ଶୋକ ପ୍ରକାଶ କରିଛନ୍ତି

ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ, ରାଜସ୍ଥାନର ପୂର୍ବତନ ରାଜ୍ୟପାଳ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା କଲ୍ୟାଣ ସିଂଙ୍କର  ୮୯ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଲକ୍ଷ୍ନୌସ୍ଥିତ ଏସ୍‌ଜିପିଜିଆଇ ହସ୍‌ପିଟାଲରେ ଅନ୍ତିମ ଶ୍ୱାସକ୍ରିୟା ତ୍ୟାଗ କରିଛନ୍ତି।

ଗତ ଦେଢ଼ମାସ ଧରି ବିଭିନ୍ନ ରୋଗରେ ପୀଡିତ ଥିବା କଲ୍ୟାଣ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା କ୍ରମାଗତ ଭାବେ ବିଗିଡ଼ିବାରେ ଲାଗିଥିଲା। ଆଜି ତାଙ୍କର ଏକାଧିକ ଅଙ୍ଗପ୍ରତ୍ୟଙ୍ଗ ଅଚଳ ହୋଇପଡ଼ିବା ଫଳରେ ପରଲୋକ ଘଟିଛି। ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଏକ ଡାକ୍ତରୀ ଟିମ୍‌ ତାଙ୍କ ଉପରେ ନଜର ରଖିଥିଲେ। ଶୁକ୍ରବାର ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଡାକ୍ତରମାନେ ବହୁ ପ୍ରଚେଷ୍ଟା କରିବା ସତ୍ତ୍ବେ ତାଙ୍କୁ ବଞ୍ଚାଇ ପାରି ନଥିଲେ।

ଶ୍ରୀ ପଣ୍ଡା ଶୋକ ସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିବାସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି l

Comments are closed.